Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବନ୍ଦ ଘରୁ ଏନଆଇଟି ପ୍ରଫେସର ଦମ୍ପତିଙ୍କ ମୃତ ଦେହ ଉଦ୍ଧାର – କାରଣ ଅସ୍ପଷ୍ଟ

ସଂକ୍ଷେପରେ ତାଜା ଖବର : ବନ୍ଦ ଘରୁ ଏନଆଇଟି ପ୍ରଫେସର ଦମ୍ପତିଙ୍କ ମୃତ ଦେହ ଉଦ୍ଧାର – କାରଣ ଅସ୍ପଷ୍ଟ

ରାଉରକେଲା,୧୭/୦୮/୨୦୧୯(ଓଡ଼ିଶା ସମାଚାର)- ଏନଆଇଟି ପ୍ରଫେସର ଦମ୍ପତିଙ୍କ ମୃତ ଦେହ ବନ୍ଦ ଥିବା ତାଙ୍କ କ୍ୱାଟର ମଧ୍ୟ ରୁ ଉଦ୍ଧାର କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଏନଆଇଟି ସାଇନ୍ସ ବିଭାଗର ଲାଇଫ ଟାଇମ ଆସୋସିଏଟ ପ୍ରଫେସର ଆର ଜୟ ବାଲାନ ଓ ତାଙ୍କ ପତ୍ନୀ ମାଳିନୀ ଙ୍କ ମୃତ ଦେହ ତାଙ୍କ ବନ୍ଦ କ୍ୱାଟର ନଂ ଏଫଆର – ଏ /୧୦୨ ମଧ୍ୟରୁ ପୋଲିସ ଉଦ୍ଧାର କରିଛି । ଜୟ ବାଲାନ ଙ୍କ ମୃତ ଦେହ ବାଥ ରୁମ ନିକଟରେ ପଡ଼ିଥିବାବେଳେ ମାଳିନୀଙ୍କ ମୃତ ଦେହ ତାଙ୍କ ବେଡ଼ ରେ ପଡ଼ିଥିଲା । ଏହି କ୍ୱାଟର ଟି ଦୁଇ ଦିନ ହେବ ବନ୍ଦ ରହିଥିଲା । ଗତକାଲି ରାତିରେ ସେହି ଘର ମଧ୍ୟରୁ ଦୁର୍ଗନ୍ଧ ବାହାରିବାରୁ ପଡ଼ୋସି ଲୋକେ ସିକ୍ୟୁରିଟି ସୁମନ ଦତ ଙ୍କୁ ଜଣାଇଥିଲେ । ସୁମନ ଏ ସମ୍ପର୍କରେ ସେକ୍ଟର ୩ ଥାନାକୁ ଜଣାଇବା ପରେ ଆଜି ସକାଳେ ଥାନା ଆଇଆଇସି ମାଜିଷ୍ଟ୍ରେଟ ଓ ସାଇଂଟିଫିକ୍ ଟିମ, ସନ୍ଧାନୀ କୁକର ସହିତ ପହଂଚି ବନ୍ଦ ଥିବା କ୍ୱାଟରର କବାଟ ଭାଙ୍ଗି ଘର ମଧ୍ୟରୁ ମୃତ ଦମ୍ପତିଙ୍କ ମୃତ ଶରୀର ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଛନ୍ତି । ଘର ମଧ୍ୟରୁ ପୋଲିସ୍ ଏକ ସୁଇସାଇଡ଼ାଲ ନୋଟ ଜବତ କରିଥିବା ଜଚ୍ଚାପଡ଼ିଛି । ତେବେ ମୃତକଙ୍କ ଘର ଦକ୍ଷିଣ ଭାରତରେ । ତାଙ୍କ ପରିବାର ବର୍ତମାନ ସୁଦ୍ଧା ଆସି ପହଂଚିନାହାନ୍ତି । ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଆତ୍ମହତ୍ୟା କି ହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ତେବେ ପଡ଼ୋସୀ ଙ୍କ ଠାରୁ ଜଣାପଡ଼ିଛି ଯେ ସେମାନେ ୯ ବର୍ଷ ତଳେ ବିବାହ କରିଥିଲେ । ସେମାନଙ୍କର ପିଲାଛୁଆ ନଥିଲେ । ସେମାନଙ୍କର ବ୍ୟବହାର ଅତ୍ୟନ୍ତ ଅମାୟିକ ଥିଲା । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୫ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୩/୦୬/୨୦୨୧(ଓଡ଼ିଶା ସମାଚାର / ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *