Sunday , June 20 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବଜ୍ରପାତରେ ୧ଶିଶୁ ମୃତ, ୫ ଆହତ

ସଂକ୍ଷେପରେ ତାଜା ଖବର : ବଜ୍ରପାତରେ ୧ଶିଶୁ ମୃତ, ୫ ଆହତ

ସୁନ୍ଦରଗଡ଼, ୧୫/୦୬/୨୦୧୯ (ଓଡ଼ିଶା ସମାଚାର)- ବଜ୍ରପାତ ଘଟି ଜଣେ ଶିଶୁ ମୃତ୍ୟୁବରଣ କରିଥିବାବେଳେ ଆଉ ୫ ଜଣ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କୁ ହସପିଟାଲରେ ଭର୍ତି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ସଦର ଥାନା ଅନ୍ତର୍ଗତ ସୁବଳୟା ଗାଁ ରେ ଏହି ଦୁଃଖଦ ଘଟଣା ଘଟିଛି । ଏକ ଗଛ ତଳେ ୬ ଜଣ ଶିଶୁ ଖେଳୁଥିବାବେଳେ ବଜ୍ରପାତ ଘଟିବାରୁ ସେହିଠାରେ ହିଁ ଜଣେ ୮ ବର୍ଷର ବାଳକ ର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ଶିଶୁ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତି ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୭/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୬୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *