Wednesday , June 16 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ବଜ୍ରପାତ ଘଟି କେନ୍ଦ୍ରାପଡ଼ା ଜିଲାରେ ୫ ମୃତ, ୨ ଗୁରୁତର ଆହତ

ସଂକ୍ଷେପରେ ତାଜା ଖବର : ବଜ୍ରପାତ ଘଟି କେନ୍ଦ୍ରାପଡ଼ା ଜିଲାରେ ୫ ମୃତ, ୨ ଗୁରୁତର ଆହତ

କେନ୍ଦ୍ରାପଡ଼ା, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ବୁଧବାର ମଧ୍ୟାହ୍ନରେ ବଜ୍ରପାତ ଘଟି କେନ୍ଦ୍ରାପଡ଼ା ଜିଲାରେ ୫ ଜଚ୍ଚଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗରଦପୁର ବ୍ଲକ୍ ରେ ୨ ଜଣ ଙ୍କର ମୃତ୍ୟୁ ହୋଇଥିବାବେଳେ ମାର୍ଶାଘାଇ ବ୍ଲକ୍ ରେ ଜଣେ ମୃତ୍ୟୁ ବରଣ କରିଛନ୍ତି । ସେହିପରି ମହାକାଳପଡ଼ା ବ୍ଲକ୍ ରେ ବଜ୍ରପାତ ଘଟି ୨ ଜଚ୍ଚଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଚନ୍ତି । ସମସ୍ତ ମୃତକ ଓ ଆହତଙ୍କୁ କେନ୍ଦ୍ରାପଡ଼ା ଜିଲା ହସପିଟାଲକୁ ନିଆଯାଇଛି । ସେଠାରେ ମୃତକମାନଙ୍କ ଶବ ବ୍ୟବଛେଦ ହେବ ଓ ଆହତ ମାନଙ୍କର ଚିକିତ୍ସା କରାଯିବ । ମୃତକ ମାନେ ହେଉଛନ୍ତି ଗରଦପୁର ବ୍ଲକ୍ ଗୋତ୍ରବିଲ ଗ୍ରାମର ଅଜୟ ନାୟକ ଓ ମରିଲୋ ଗ୍ରାମର ଦିଲିପ ମଲିକ , ମାର୍ଶାଘାଇ ବ୍ଲକ୍ ର ନାରଣପୁର ଗ୍ରାମର ବିଜୟ ନାୟକ ଓ ମହାକାଳପଡ଼ା ବ୍ଲକ୍ ର କରଂଜ ଗ୍ରାମର ରଙ୍ଗ ବେହେରା ଓ ପପୁନି କୁମାର ଦାସ । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *