Wednesday , August 4 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଫୁଲୱାମାରେ  ଓଡ଼ିଆ ଯବାନ ସହିଦ

ସଂକ୍ଷେପରେ ତାଜା ଖବର : ଫୁଲୱାମାରେ  ଓଡ଼ିଆ ଯବାନ ସହିଦ

 

ଭୁବନେଶ୍ୱର, ୧୮/୦୬/୨୦୧୯ (ଓଡ଼ିଶା ସମାଚାର/ଦୀପ୍ତି ରଂଜନ କାନୁନଗୋ)- ଜମ୍ମୁ – କାଶ୍ମିର ର ଫୁଲୱାମା ଠାରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ଗତକାଲି ଫୁଲୱାମା ଅନନ୍ତନାଗ ଠାରେ ଆତଙ୍କବାଦିଙ୍କ ଗୁଳିରେ ୪ ଜଣ ସହିଦ ହୋଇଥିବାବେଳେ ତନ୍ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି । ସହିଦ ଓଡ଼ିଆ ଯବାନ ହେଉଛନ୍ତି ଢ଼େଙ୍କାନାଳ ଜିଲା କାମାକ୍ଷାନଗର ଅଂଚଳର ବଡ଼ସୁଆଳ ଗ୍ରାମର ଅଜିତ କୁମାର ସାହୁ । ପୁଅ ସହିଦ ହେବା ନେଇ ତାଙ୍କ ବାପାଙ୍କ ନିକଟକୁ ଆଜି ଆର୍ମି କ୍ୟାମ୍ପରୁ ଟେଲିଫୋନ୍ ଆସିଛି । ଏହି ଖବର ତାଙ୍କ ପରିବାରରେ ପହଂଚିବା ପରେ ପରିବାର ସମେତ ଗ୍ରାମରେ କାନ୍ଦ ବୋବାଳି ପଡ଼ିଯାଇଛି । ଏହା ମଧ୍ୟରେ ସହିଦ ଙ୍କ ମର ଶରୀର କେବେ ଆସି ଗାଁ ରେ ପହଂଚିବ , ତାହାକୁ ସମସ୍ତେ ଚାହିଁ ରହିଛନ୍ତି । ଗତ ୨୦୧୫ ମସିହାରେ ଅଜିତ ଭାରତୀୟ ସେନା ବାହିନୀରେ ଯୋଗ ହେଦଇଥିଲେ । ଓଡ଼ିଶା ସମାଚାର

About admin

Check Also

ଖତଗଦାକୁ କେନ୍ଦ୍ର କରି ଆକ୍ରମଣ

ଧର୍ମଶାଳା, ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଜେନାପୁର ଥାନା ଅନ୍ତର୍ଗତ ସାହାଣିଢିହ ପଂଚାୟତ ତେଲିପୋଖରୀ ଗ୍ରାମରେ ସାମନ୍ୟ ବଚସାକୁ କେନ୍ଦ୍ର କରି  ଗଣ୍ଡଗୋଳ …

Leave a Reply

Your email address will not be published. Required fields are marked *