Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପୋଲିସ ର ଏନକାଉଂଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ସଂକ୍ଷେପରେ ତାଜା ଖବର : ପୋଲିସ ର ଏନକାଉଂଟରରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଭୁବନେଶ୍ୱର,୦୩/୦୮/୨୦୧୯ ( ଓଡ଼ିଶା ସମାଚାର)- ଗତ କିଛି ଦିନ ତଳେ ପୁରୀ ବାଇପାସ ରୋଡ଼ ରେ ଥିବା ଏକ ପୁରୁଣା ମୋଟର ସୋ ରୁମ ରୁ କିଛି ଦୁର୍ବୃତ ବନ୍ଧୁକ ମୁନରେ ଲୁଟ କରିବା ପରେ ସେହି ନିକଟରୁ ଅନ୍ୟ ଦୁଇଜଣଙ୍କୁ ମରଣାନ୍ତକ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଓ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥ ଲୁଟ କରିଥିଲେ । ପୁଣି ତାହା ପର ଦିନ ରସୁଲଗଡ଼ ଛଳରେ ଥିବା ତୃପ୍ତି ହୋଟେଲ ମାଲିକଙ୍କୁ ମଧ୍ୟ ଦୁର୍ବୃତମାନେ ମରଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରୁ ମଧ୍ୟ ଲୁଟ କରିଥିଲେ । ଏହାପରେ ଲୋକମାନେ ରସୁଲଗଡ଼ ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଏହା ପରେ କମିଶନରେଟ ପୋଲିସ୍ ଆକସନ୍ ମୁଡ଼ କୁ ଆସିଛି । ସାରା ରାତି ବିଭିନ୍ନ ସ୍ଥାନରେ ଚଢ଼ାଉ, ଯାଂଚ, ଫିଙ୍ଗର ପ୍ରିଂଟ ଆଦି ଚଳାଇଛି । ଏହି ପରି ଗତକାଲି ବିଳମ୍ବିତ ରାତି (ପ୍ରାୟ ଭୋର ୪ ଟା ବେଳେ) ରାଜଧାନୀ ଉପକଂଠ ବାଲିଅନ୍ତା ଭଇଁଚୁଆ ରଙ୍ଗବଜାର ନିକଟରେ କୌଣସି ସ୍ଥାନରେ କିଛି ଲୁଟପାଟ କରିବାକୁ ଯାଉଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଙ୍କୁ ମଂଚେଶ୍ୱର ପୋଲିସ୍ ପିଛା କରିଥିଲା । ତେବେ ପୋଲିସ୍ ତାଙ୍କୁ ପିଛା କରୁଥିବା ସେମାନେ ଜାଣିପାରି ପୋଲିସ୍ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲେ । ହେଲେ ପୋଲିସ ର ପାଲଟା ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହେବାରୁ ଆଉ ଯାଇପାରିନଥିଲେ । ପୋଲିସ୍ ସେମାନଙ୍କୁ ଗିରଫ କରି ତାଙ୍କ ଠାରୁ ଏକ ପିସ୍ତଲ ଜବତ କରିଥିଲେ ଓ ସେମାନେ ବ୍ୟବହାର କରିଥିବା କାର ନଂ – ଓଡ଼ି ୦୭ଏ ୯୩୪୨ କୁ ଜବତ କରିଥିଲେ । ଗିରଫ ହୋଇଥିବା ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହେଉଛନ୍ତି ଅରୁଣ କୁମାର ମଲିକ (ପୋଡ଼ା) ଓ ବିବେକାନନ୍ଦ ନାୟକ । ଉଭୟଙ୍କ ଗୋଡ଼ରେ ପୋଲିସ୍ ଗଜଳି ବାଜିଛି । ତାଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ରେ ଭର୍ତି କରାଯାଇଥିଲା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ସେମାନଙ୍କ ନାମରେ ୧୦ ରୁ ଉଦ୍ଧ୍ୱର୍ ଅପରାଧୀକ ମାମଲା ରହିଛି । ଜବତ କରାଯାଇଥିବା କାର ଟି ଛତ୍ରପୁର ର ଟୁଟୁ ବେହେରାଙ୍କ ନାମରେ ରହିଛି । ପୋଲିସ୍ ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *