Monday , June 21 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପୋଲିସର ଇନଫର୍ମର ସନ୍ଦେହରେ ଅପହୃତ ଜଣକୁ ଗଳାକାଟି ହତ୍ୟା କଲେ ଓ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ିଦେଲେ ମାଓବାଦୀ

ସଂକ୍ଷେପରେ ତାଜା ଖବର : ପୋଲିସର ଇନଫର୍ମର ସନ୍ଦେହରେ ଅପହୃତ ଜଣକୁ ଗଳାକାଟି ହତ୍ୟା କଲେ ଓ ଦୁଇ ଜଣଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ିଦେଲେ ମାଓବାଦୀ

ମାଲକାନାଗିରି, ୩୦/୦୬/୨୦୧୯ (ଓଡ଼ିଶା ସମାଚାର)- ପୋଲିସର ଇନଫର୍ମର ସନ୍ଦେହରେ ଶୁକ୍ରବାର ରାତିରେ ମାଥିଲି ଥାନା କୁକୁରକୁଣ୍ଡା ଗ୍ରାମର ୩ ଜଣ ଙ୍କୁ ସଶସ୍ତ୍ର ମାଓବାଦିମାନେ ଘରୁ ଡ଼ାକି ନେଇ ଅପହରଣ କରିନେଇଥିଲେ । ଆଜି ଭୋର ସମୟରେ ପାହାଡ଼ ଉପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରଜାକୋର୍ଟ କରାଯାଇଥିଲା । ପ୍ରଜାକୋର୍ଟରେ ଅପହୃତ ଗୁଜା କୋବିସିଙ୍କୁ ଗଳା କାଟି ହତ୍ୟା କରାଯାଇଥିବାବେଳେ ଓଙ୍ଗା କାଲମାଳ ଓ ସୋମା ସୋଢ଼ିଙ୍କୁ ନିସ୍ତୁକ ମାଡ଼ ମାରି ଛାଡ଼ି ଦେଇଥିଲେ । ସେମାନେ ଘରକୁ ଫେରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *