Sunday , June 13 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ – ପୂର୍ବତନ ସରପଂଚଙ୍କ ପୁଅ ମୃତ , ୨ ଗୁରୁତର

ସଂକ୍ଷେପରେ ତାଜା ଖବର :  ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ – ପୂର୍ବତନ ସରପଂଚଙ୍କ ପୁଅ ମୃତ , ୨ ଗୁରୁତର

 

ପୋଲସରା, ୧୯/୦୬/୨୦୧୯ (ଓଡ଼ିଶା ସମାଚାର)- ପୂର୍ବ ଶତୃତାରୁ ଗୋଷ୍ଠି ସଂଘର୍ଷ ଘଟି ପୂର୍ବତନ ସରପଂଚଙ୍କ ପୁଅ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ୨ ଜଣ ସହଯୋଗୀ ଗୁରୁତର ଆହତ ହୋଇଛନ୍ତି ।  ମିଳିଥିବା ସୂଚନା ଅନୁସାରେ ପୋଲସରା ଥାନା ଅନ୍ତର୍ଗତ ପାଣିରିପଡ଼ା ପଂଚାୟତ ର ବଡ଼ ଇଛାପୁର ଠାରେ ଏହି ଗୋଷ୍ଠି ସଂଘର୍ଷ ଘଟିଛି । ଗତକାଲି ରାତିରେ ପୂର୍ବତନ ସରପଂଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ନାୟକ ଏକ କାର ରେ ଭୁବନେଶ୍ୱରରୁ ଫେରୁଥିବାବେଳେ କିଛି ଯୁବକ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରିଥିଲେ । ଆକ୍ରମଣରେ ସୁଶାନ୍ତ ଓ କାର ରେ ଥିବା ଅନ୍ୟ ଦୁଇ ଜଣ ଉପେନ୍ଦ୍ର ବେହେରା ଓ ପ୍ରମୋଦ ନାୟକ ଗୁରୁତର ଆହତ ହୋଇଥିଲେ । ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଥିଲା । ସେଠାରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ଗାଁ ରେ ଉତେଜନା ପ୍ରକାଶ ପାଇଛି । ଉତେଜନାକୁ ଦେଖି ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଏସପି ସୀତାରାମ ଶତପଥି କହିଛନ୍ତି । ମୃତ ସୁଶାନ୍ତ ଜଣେ ବିଜେପି ର କର୍ମକର୍ତା ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

କୋଭିଡ ନିୟମ ଉଲ୍ଲଙ୍ଘନ ପାଇଁ ୧୦ଜଣ ବ୍ୟବସାୟୀଙ୍କୁ ପୋଲିସ ଉଠାଇ ନେଇଛି

କେନ୍ଦ୍ରାପଡ଼ା, ୧୦/୦୬/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସହରର ତିନିମୁହାଣି, ମହିପାଳ, ବଡହାଟ ପ୍ରଭୃତି ସ୍ଥାନରୁ ୧୦ଜଣ ବ୍ୟବସାୟୀଙ୍କୁ କୋଭିଡ ନିୟମ ଉଲ୍ଲଙ୍ଘନ …

Leave a Reply

Your email address will not be published. Required fields are marked *