Monday , June 21 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପୁରୀ ଜିଲା ଶିକ୍ଷା ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ସଂକ୍ଷେପରେ ତାଜା ଖବର : ପୁରୀ ଜିଲା ଶିକ୍ଷା ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

ପୁରୀ, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ପୁରୀ ଜିଲା ଶିକ୍ଷା ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଶୁକ୍ରବାର ପୁରୀ ଜିଲା ଶିକ୍ଷା ଅଧିକାରୀ ହୃଶିକେଷ କାଣ୍ଡି ଙ୍କ ସରକାରୀ ଗାଡ଼ିରୁ ଭିଜିଲାନ୍ସ ୧ ଲକ୍ଷ ୧୧ ହଜାର ଟଙ୍କା ଜବତ କରିଥିଲା । ଏତେ ଗୁଡ଼ିଏ ଟଙ୍କା ତାଙ୍କ ସରକାରୀ ଗାଡ଼ିରୁ ଜବତ ପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ବାସ ଭବନ ଆଦିରେ ଭିଜିଲାନ୍ସ ଚଢ଼ାଉ କରିଥିଲା । ତେବେ ଜବତ ଏହି ଟଙ୍କାର ହିସାବ ସେ ଦେଇପାରିନଥିଲେ । ଶନିବାର ତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ବାଇକ ଦୁର୍ଘଟଣା ରେଜଣେ ମୃତ, ଜଣେ ଆହତ 

 ମାହାଙ୍ଗା, ୧୭/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )  ଆଜିସନ୍ଧ୍ୟା ରେ  ସ୍ଥାନୀୟ ବାଗସରପୁର କୁସୁପୁର କେନାଲ ବନ୍ଧ ରାସ୍ତା …

Leave a Reply

Your email address will not be published. Required fields are marked *