Thursday , June 17 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ 

ସଂକ୍ଷେପରେ ତାଜା ଖବର : ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ 

ବଲାଙ୍ଗୀର,୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ । ଗତ ଜୁନ୍ ୬ ତାରିଖରେ ଏକ ରାସ୍ତାର କାର୍ଯ୍ୟ ନିମ୍ନ ମାନର ହୋଇଥିବା ଜନସାଧାରଣଙ୍କ ଅଭିଯୋଗରେ ଆଇନ କୁ ହାତକୁ ନେଇ  ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବ ସମ୍ମୁଖରେ ରାସ୍ତାରେ ୧୦୦ ଥର ଆଣ୍ଠେଇବାକୁ  ନିର୍ଦ୍ଦେଶ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଆସନ୍ତା ୨୫ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ୨୬ ତାରିଖରେ ଆଦିବାସୀ ସଂଘ ବିଧାନସଭା ଘେରାଉ କରିବା ପାଇଁ ଧମକ ଦେଇଥିଲା । ଆଜି ସକାଳୁ ସକାଳୁ ପୋଲିସ୍ ଶ୍ରୀ ମେହେରଙ୍କୁ ପାଟଣାଗଡ଼ ରୁ  ଆଣି ବଲାଙ୍ଗୀରର କୌଣସି ଏକ ଗୁପ୍ତ ସ୍ଥାନରେ ରଖି ପଚରା ଉଚୁରା କରୁଥିଲା ।  ପରେ ତାଙ୍କୁ ପାଟଣାଗଡ଼ ଏଡ଼ିଜେ ଙ୍କ କୋର୍ଟରେ ହାଜର କରାଯାଇଥିଲା । ତାଙ୍କ ଜାମିନ ଆବେଦନ ଉପରେ ଆଜି ଶୁଣାଣୀ ହୋଇନାହିଁ । ତାଙ୍କ ବିରୁଦ୍ଧରେ ଏସସି ଏସଟି ଆକ୍ଟ ଲାଗିଥିବାରୁ ପ୍ରଥମେ ତାଙ୍କୁ ଏକ ୭ ଦିନିଆ ନୋଟିସ ଦିଆଯିବ । ତା ପରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କରାଯିବ । ଏକ ମଧ୍ୟବର୍ତିକାଳିନ ଆଦେଶ ଅନୁସାରେ  ଜାମିନ ଆବେଦନ ର ଶୁଣାଣୀ ହେବା ପର୍ଯ୍ୟନ୍ତ ତାଙ୍କୁ  ପାଟଣାଗଡ଼ ଜେଲ ହାଜତକୁ ପଠାଇ ଦିଆଯାଇଛି । ଆସନ୍ତା ଜୁଲାଇ ୧ ତାରିଖରେ ତାଙ୍କର ଜାମିନ ଆଦେବନର ଶୁଣାଣୀ ହେବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଅସୁରଖୋଳା ର ପୁନରୁଦ୍ଧାର ନହେଲେ ଆଗକୁ ଅଂଚଳରେ ଜଳ ସଙ୍କଟ ଆଶଙ୍କା

ଗରଦପୁର, ୧୪/୦୬/୨୦୨୧(ଓଡ଼ିଶା ସମାଚାର)- କଟକ ସଦର , ପାଟକୁରା ଓ ମହାକାଳପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ଦେଇ “ଅସୁରଖୋଳା” ନାମକ …

Leave a Reply

Your email address will not be published. Required fields are marked *