Monday , June 21 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ନିର୍ମାଣାଧିନ ପାଣିଟାଙ୍କି ଫଲ୍ସ ଖସି ୩ ଶ୍ରମିକ ଙ୍କ ମୃତ୍ୟୁ

ସଂକ୍ଷେପରେ ତାଜା ଖବର : ନିର୍ମାଣାଧିନ ପାଣିଟାଙ୍କି ଫଲ୍ସ ଖସି ୩ ଶ୍ରମିକ ଙ୍କ ମୃତ୍ୟୁ

ଭୁବନେଶ୍ୱର,୦୨/୦୮/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ରାଜଧାନୀ ଉପକଂଠ ମଂଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଅଂଚଳର ପ୍ରାଚୀ ବିହାରରେ ଏକ ଅଘଟଣ ଘଟିଛି । ଏକ ନିର୍ମାଣାଧିନ ପାଣିଟାଙ୍କି ଫଲ୍ସ ଖସି ୩ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି । ମିଳିଥିବା ତାଜା ସୂଚନା ଅନୁସାରେ ପ୍ରାଚୀ ବିହାରରେ ଏକ ନିର୍ମାଣାଧିନ ପାଣିଟାଙ୍କି ରେ କାର୍ଯ୍ୟ କରୁଥିବା ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ମୃତ ଶ୍ରମିକମାନେ ହେଉଛନ୍ତି ପଶ୍ଚିମବଙ୍ଗ ମେଦିନାପୁର ଅଂଚଳର ସମିରନ ମୁନିଆ, ବାସୁଦେବ ମଣ୍ଡଳ ଓ ଦିଗରାମ ମଣ୍ଡଳ । ଖବର ପାଇ ଦମକଳ ବାହିନୀ ପହଂଚି ମୃତ ଶବ ଗୁଡ଼ିକ ଉଦ୍ଧାର କରିଥିବା ଫାୟର ଅଫିସର ସୁକାନ୍ତ ସେଠୀ କହିଛନ୍ତି । ଶ୍ୱାସରୁଦ୍ଧ ହୋଇ ସମସ୍ତ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି । ପୋଲିସ ପହଂଚି ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *