Tuesday , June 15 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : କେନାଲ ପାଣି ନେବାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ – ଜଣେ ମୃତ, ୧୦ ଆହତ

ସଂକ୍ଷେପରେ ତାଜା ଖବର : କେନାଲ ପାଣି ନେବାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ – ଜଣେ ମୃତ, ୧୦ ଆହତ

ନରସିଂହପୁର,୦୪/୦୮/୨୦୧୯ ( ଓଡ଼ିଶା ସମାଚାର)- କେନାଲ ପାଣି ନେବାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଟି ଜଣେ ମୃତ୍ୟୁ ବରଣ କରିଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ କେନାଲ ପାଣି ନେବାକୁ କେନାଲ ବନ୍ଧ କାଟିବା କୁ ନେଇ ସାଗର ଓ ପାଂଚଗୋଛିଆ ଗାଁ ମଧ୍ୟରେ ବିବାଦ ଦେଖାଦେଇଥିଲା । ଏହା କ୍ରମେ ଉଗ୍ରରୂପ ଧାରଣ କରିଛି । ଦୁଇ ଗାଁ ମଧ୍ୟରେ ସଂଘର୍ଷ ଘଙ୍କିବା ଫଳରେ ସାଗର ଗ୍ରାମର ଶ୍ରୀଧର ସାମଲ ନାମକ ଜଚ୍ଚଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନରସିଂହପୁର ହସପିଟାଲ ରେ ଭର୍ତି କରାଯାଇଛି । ପୁଲିସ୍ ପହଂଚି ତସନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ପିକଅପ ଭ୍ୟାନ ଧକ୍କା ରେ ଯୁବକ ଗୁରୁତର

ସାଲେପୁର,୧୧/୦୬/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ଆଜି ସନ୍ଧ୍ୟା ସମୟରେ ସାଲେପୁର ର ରୋଧପୁର ନିକଟରେ ଏକ ମାଲବାହୀ  ପିକପ …

Leave a Reply

Your email address will not be published. Required fields are marked *