Tuesday , June 15 2021
Breaking News
Home / ବିଶେଷ / ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୩ ମୃତ, ୨ ଆହତ

ସଂକ୍ଷେପରେ ତାଜା ଖବର : ଅଜଣା ଗାଡ଼ି ଧକାରେ ୩ ମୃତ, ୨ ଆହତ

ତାଳଚେର, ୧୩/୦୭/୨୦୧୯ (ଓଡ଼ିଶା ସମାଚାର)- ୧୪୯ ନମ୍ବର ଜାତୀୟ ରାଜପଥ ରେ ସଡ଼କ ଦୂର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ଖମାର ହସପିଟାଲ ରେ ଭର୍ତି କରାଯାଇଥିଲା । ପରେ ସେମାନଙ୍କୁ ସବଡ଼ିଭିଜନାଲ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ଓ ଆହତ ମାନେ ସମସ୍ତେ ରାଉରକେଲା ଅଂଚଳର । ସେମାନେ ଖୋର୍ଦ୍ଦା ଅଂଚଳରୁ ଏକ ବାହାଘର ଭୋଜିଖାଇ ରାଉରକେଲା ଫେରିବାବେଳେ ନାଇକାନାକୀ ନିକଟରେ ଏକ ଅଜଣା ଟ୍ରକ ଧକା ଦେଇଥିଲା । ସମଲ ଥାନା ପୋଲିସ୍ ଦୂର୍ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି । ମୃତକ ମାନେ ହେଉଛନ୍ତି ଧନୁର୍ଜୟ ନାୟକ,ଭୁପେସ ସାହୁ ଓ କ୍ରିଷ୍ଣା ସାହୁ ଓ ଆହତ ୨ ଜଣ ହେଉଛନ୍ତି ସାଗର ବାରିକ ଓ ବିକାଶ ମଙ୍ଗରାଜ । ଏ ସମସ୍ତେ କାର ଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *