Sunday , June 13 2021
Breaking News
Home / ବ୍ୟବସାୟ ବାଣିଜ୍ୟ / ଶ୍ୟାମ୍ ଷ୍ଟିଲ୍ ଇଣ୍ଡିଆର ‘ବିଲ୍ଡ ଇଣ୍ଡିଆ ଆମ୍ବାସଡ଼ର’ ହେଲେ ସୋନୁ ସୁଦ୍

ଶ୍ୟାମ୍ ଷ୍ଟିଲ୍ ଇଣ୍ଡିଆର ‘ବିଲ୍ଡ ଇଣ୍ଡିଆ ଆମ୍ବାସଡ଼ର’ ହେଲେ ସୋନୁ ସୁଦ୍

ଭୁବନେଶ୍ୱର, ୧୧/୧୨/୨୦୨୦ (ଓଡ଼ିଶା ସମାଚାର)- ଭାରତର ଅଗ୍ରଣୀ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ଶ୍ୟାମ ଷ୍ଟିଲ୍ ଇଣ୍ଡିଆ ପକ୍ଷରୁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଙ୍କୁ ଏହାର ‘ବିଲ୍ଡ ଇଣ୍ଡିଆ ଆମ୍ବାସଡ଼ର’ ଭାବେ ନିଯୁକ୍ତ କରାଯାଇଛି । ବିଶ୍ୱ ମହାମାରୀ ଯୋଗୁ ଜାରି ହୋଇଥିବା ଲକ ଡାଉନ୍ ଯୋଗୁ ବହୁ ଲୋକଙ୍କର ଆର୍ଥିକ ଅବସ୍ଥା ସଙ୍କଟ ଜନକ ହୋଇପଡ଼ିଥିବାବେଳେ କମ୍ପାନୀ ପକ୍ଷରୁ ସେମାନଙ୍କର ଜୀବନଜୀବିକା କ୍ଷେତ୍ରରେ ଧୀରେଧୀରେ ପଦକ୍ଷେପ ଗ୍ରହଣ କରାଯାଉଛି । କମ୍ପାନୀ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନାକୁ ସୋନୁ ସୁଦ୍ ଙ୍କ ଦ୍ୱାରା ସମ୍ପନ୍ନ କରାଯିବ ।

ୟୁଏନ୍ଡ଼ିପିର ସ୍ୱତନ୍ତ୍ର ହୁ୍ୟମାନଟାରିଆନ୍ ଆକ୍ସ୍ ଆୱାର୍ଡ ବିଜେତା ସୋନୁ ସୁଦ୍ ଦେଶର ବିଭିନ୍ନ ପ୍ରାନ୍ତରେ ହେବାକୁ ଥିବା କମ୍ପାନୀର ଇ-ରିକ୍ସା ବିତରଣ ଅଭିଯାନରେ ଯୋଗଦେଇ ଲକ୍ ଡାଉନ୍ ଯୋଗୁ ଜୀବନ ଜୀବିକା ହରାଇ ବସିଥିବା ଲୋକଙ୍କୁ ଏହା ପ୍ରଦାନ କରିବେ । ଆର୍ଥିକ ଯୋଗ୍ୟତା ଆଧାରରେ ଳୋକଙ୍କୁ ଇ-ରିକ୍ସା ବିତରଣ କରାଯିବ ।

ଏହି ଅବସରରେ ଶ୍ୟାମ ଷ୍ଟିଲ୍ ଇଣ୍ଡିଆର ନିର୍ଦ୍ଧେଶକ ଲଳିତ ବେରିୱାଲା କହିଲେ, ଆମେ ଦେଶ ସିଭିଲ୍ ଏବଂ ଭିତିଭୂମି ବିକାଶ ପାଇଁ ଉଦ୍ୟମ ଜାରି ରଖିଛୁ । ତେବେ ମାନବ ସମ୍ବଳର ବିକାଶ ନ ହେଲେ ଏସବୁ ଯୋଜନାର ଭବିଷ୍ୟତ  ଉଜ୍ଜଳ ହୋଇପାରିବ ନାହିଁ । ଆମ ସମାଜର ଆର୍ଥିକ ଅନଗ୍ରସର ଲୋକେ ମହାମାରୀ ଯୋଗୁ ହୋଇଥିବା ଲକ୍ଡାଉନ୍ରେ ଅଧିକ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଆର୍ଥିକ ବିକାଶ ଏବଂ ଜୀବନଜୀବିକା ଧାରାରେ ଉଲ୍ଲେଖନୀୟ ପରିବର୍ତନ ପାଇଁ ଆମେ ପ୍ରୟାସ ଜାରି ରଖିଛୁ ।

କମ୍ପାନୀର ଏହି ଅଭିଯାନକୁ ସାଧାରଣ ଲୋକଙ୍କ ସମର୍ଥନ ମିଳିବ ବୋଲି କମ୍ପାନୀର ପ୍ରତିଷ୍ଠାତା ନିର୍ଦ୍ଧେଶକ ଶ୍ରୀରାମ ବେରିୱାଲା ଏବଂ ଶ୍ୟାମ ସୁନ୍ଦର ବେରିୱାଲା ଆଶା ପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ, ଶ୍ୟାମ ଷ୍ଟିଲ୍ ଉତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଉତର-ପୂର୍ବ ଅଂଚଳ ୭ଟି ରାଜ୍ୟରେ କାରବାର ଜାରି ରଖିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ଆଲୁମିନିୟମ ପକ୍ଷରୁ ବ୍ୟବସାୟିକ ଅଂଶୀଦାର କର୍ମଚାରୀଙ୍କ ପାଇଁ କୋଭିଡ୍ କବଚ ଟର୍ମ ବୀମା ଘୋଷଣା

ଭୁବନେଶ୍ୱର,୧୭/୦୫/୨୦୨୧(ଓଡ଼ିଶା ସମାଚାର)-ଭାରତର ବୃହତ୍ ଆଲୁମିନିୟମ୍ ଉତ୍ପାଦନକାରୀ ତଥା ମୂଲ୍ୟଯୁକ୍ତ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଏବଂ ପାୱାର ବିଜନେସ୍ ପକ୍ଷରୁ …

Leave a Reply

Your email address will not be published. Required fields are marked *