Sunday , June 20 2021
Home / ବିଶେଷ / ଶ୍ରୀ ଶ୍ରୀ ରତ୍ନବଟ ମହାପୁରୁଷ ଟ୍ରଷ୍ଟ ବୋର୍ଡ଼ର ଆଧ୍ୟାତ୍ମିକ ସ୍ମରଣୀକା “ରତ୍ନବଟ” ଲୋକାର୍ପିତ

ଶ୍ରୀ ଶ୍ରୀ ରତ୍ନବଟ ମହାପୁରୁଷ ଟ୍ରଷ୍ଟ ବୋର୍ଡ଼ର ଆଧ୍ୟାତ୍ମିକ ସ୍ମରଣୀକା “ରତ୍ନବଟ” ଲୋକାର୍ପିତ

କଟକ, ୧୯/୦୨/୨୦୨୧ (ଓଡ଼ିଶା ସମାଚାର)-  କଟକ ଓ ଜଗତସିଂହପୁର ଜିଲ୍ଲାର  ଦରଡାଶାସନ ଆଉ ସିଦ୍ଧେଶ୍ୱରପୁର  ଉପକଣ୍ଠ ଶ୍ରୀ ଶ୍ରୀ ରତ୍ନବଟ ମହାପୁରୁଷ ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ପବିତ୍ର ମାଘ ସପ୍ତମୀ ବୁଡ଼ ମହୋତ୍ସବ ଅବସରରେ ଡ଼ଃ.ସୁଦର୍ଶନ ଶତପଥୀଙ୍କ ସମ୍ପାଦନାରେ ପ୍ରକାଶିତ ଟ୍ରଷ୍ଟର ଆଧ୍ୟାତ୍ମିକ ସ୍ମରଣୀକା “ରତ୍ନବଟ” ସରସ୍ୱତୀ କଳା ପରିଷଦ, କନ୍ଦରପୁର କାର୍ଯ୍ୟାଳୟରେ ଉନ୍ମୋଚିତ ହେଇଯାଇଛି । ଏହି ସାରସ୍ୱତ ସଭାରେ ମୂଖ୍ୟବକ୍ତା ଡ଼ଃ.ସୁରେନ୍ଦ୍ରନାଥ ତ୍ରିପାଠୀ, ମୁଖ୍ୟଅତିଥି ବାବା ଦିବାକର ଦାଶ, ସମ୍ମାନୀତ ଅତିଥି ଇଂ.ତୋଫାନ ଜେନା,ସଂଚାଳକଭାବେ ବରିଷ୍ଠ ସାମ୍ବାଦିକ ବସନ୍ତ କୁମାର ରଥ,ପଣ୍ଡିତ କୃଷ୍ଣଚନ୍ଦ୍ର ତ୍ରିପାଠୀ, ମ୍ୟାନେଜିଙ୍ଗ ଟ୍ରଷ୍ଟି ଗୋପକୃଷ୍ଣ ପରିଜା,ସୁଦର୍ଶନ ଶତପଥୀ, ଶ୍ରୀଧର ବେଉରା, ନାରୀନେତ୍ରୀ ପ୍ରତିଭା ଶତପଥୀ, ଜ୍ଞାନରଂଜନ ଦାସ, ଶ୍ରମିକନେତା ଚକ୍ରବର୍ତ୍ତୀ ଓତା, ସାଧକ ଦେବେନ୍ଦ୍ରନାଥ ସାହୁ,ବସନ୍ତ କୁମାର ବେହେରା,ମମତା ମିଶ୍ର,ମନୋରମା ବାରିକ,କାଦମ୍ବିନୀ ପରିଜା,ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ,ଚୈତନ୍ୟ ଚରଣ ରାଉତ,ଗୀତାଞ୍ଜଳି ସାହୁ,ଖଗେଶ୍ୱର ମହାରଣା,ଦିବାକର ସାହୁ,କବି ବାମଦେବ ସ୍ୱାଇଁ,ଅଜୟ କୁମାର ପଟ୍ଟନାୟକ,ଆରତୀ ବେହେରା,କବି ବାବାଜୀ ଚରଣ ଜେନା,ଦୋଳଗୋବିନ୍ଦ ଲେଙ୍କା,ଧନେଶ୍ୱର ରାଉତ,ବଳରାମ ଦାଶ,ପତିତପାବନ ଜେନା ପ୍ରମୁଖ କାର୍ଯ୍ୟକର୍ତା ଉପସ୍ଥିତରହି ସ୍ମରିଣିକା ଉନ୍ମୋଚନ କରିବାସହ ଐତିହାସିକ ମାଳିକାପ୍ରସିଦ୍ଧ ପୀଠ ରତ୍ନବଟର ପୁନରୁଦ୍ଧାର ଉପରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *