Thursday , June 17 2021
Breaking News
Home / ବିଶେଷ / ଶ୍ରୀଶ୍ରୀ ଅଭିରାମ ପରମହଂସ ଆଶ୍ରିତଙ୍କ ଏକାଦଶତମ ସମ୍ମିଳନୀ

ଶ୍ରୀଶ୍ରୀ ଅଭିରାମ ପରମହଂସ ଆଶ୍ରିତଙ୍କ ଏକାଦଶତମ ସମ୍ମିଳନୀ

କେନ୍ଦ୍ରାପଡ଼ା,୦୮/୦୩/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତମପୁର  ଗ୍ରାମରେ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କ ଏକାଦଶତମ ବାର୍ଷିକ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ୨ଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ନଗର ସଙ୍କିର୍ତନ, ହରିନାମ ସହ  ଗ୍ରାମରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମ୍ମିଳନୀରେ ଶ୍ରୀ ଅଭିରାମଙ୍କ କରମଳା ଆଶ୍ରମର ନାମାଚାର୍ଯ୍ୟ ସାଧୁ ଶେଷଦେବବାବା  ମହାରାଜ, ସାଧୁ ହରିଶଙ୍କର ବାବା ମହାରାଜ, ସାଧୁ ଆନନ୍ଦ ବାବା ମହାରାଜ ଓ ଲୋକନାଥ ବାବା ମହାରାଜ ଯୋଗ ଦେଇ ଉପସ୍ଥିତ ଶତାଧିକ ଶ୍ରଦ୍ଧାଳୁଙ୍କୁ ସତ୍ସଙ୍ଗ ମାଧ୍ୟମରେ ଆଧ୍ୟାତ୍ମିକ ପ୍ରବଚନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଅଂଶ ଗ୍ରହଣ କରି ଶାଧୁବାଣୀ ଶ୍ରବଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *