Friday , June 18 2021
Breaking News
Home / ବିଶେଷ / ଶ୍ରାବଣ ତୃତୀୟ ସୋମବାର – ଗୋରଖନାଥଙ୍କୁ ଜଳଲାଗିକଲେ ୩୦ ହଜାର ଶ୍ରଦ୍ଧାଳୁ 

ଶ୍ରାବଣ ତୃତୀୟ ସୋମବାର – ଗୋରଖନାଥଙ୍କୁ ଜଳଲାଗିକଲେ ୩୦ ହଜାର ଶ୍ରଦ୍ଧାଳୁ 

ରଘୁନାଥପୁର,୦୬/୦୮/୨୦୧୯(ଓଡ଼ିଶା ସମାଚାର)-ଶ୍ରାବଣ ତୃତୀୟ ସୋମବାରରେ ରଘୁନାଥପୁର ବ୍ଲକ୍ କେରେକେରାସ୍ଥିତ ପ୍ରସିଦ୍ଧ ବିଭୂତି କ୍ଷେତ୍ର ପ୍ରଭୁ ଗୋରଖନାଥଙ୍କୁ ୩୦ ହଜାରରୁ ଅଧିକ କାଉଡ଼ିଆ ଜଳଲାଗି କରିଛନ୍ତି । ବିଭିନ୍ନ ନଦୀରୁ କଳସିରେ ଜଳ ଆଣି ମାନସିକଧାରୀମାନେ ପୀଠରେ ପହଂଚିଥିଲେ ।  ବଢ଼ିଭୋରରୁ ପ୍ରଭୁଙ୍କ ପୂଜାନୀତି ଆରମ୍ଭ ହେବା ପରେ ଜଳଲାଗି କାର୍ଯ୍ୟ ଆରମ୍ଭ କରାଯାଇଥିଲା ।  ଏହା ପ୍ରାୟ ଦିନ ୧୨ ଟା ପର୍ଯ୍ୟନ୍ତ ଲାଗିରହିଥିଲା । ମାତ୍ରାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଳକ୍ଷ ରଖି ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯାଇଥିଲା । ବିଭିନ୍ନ ସ୍ୱେଛାସେବୀ ସଂଗଠନ ପକ୍ଷରୁ ତାରପୁର ବାଇପାସ, ଜଇପୁର ଛକ ଓ ରାହାଡ଼ିଙ୍ଗା ବଜାର ଠାରେ ମୁକ୍ତ ଭୋଜନ , ଔଷଧ ପତ୍ର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ବ୍ୟବସ୍ଥା କରାଯାଇଥିଲା । ତିର୍ତୋଲ ପୋଲିସ ପକ୍ଷରୁ ପୀଠ ପରିସରରେ ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଥିଲା । ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ସଭ୍ୟ ଆଇନଜୀବୀ ଜୀବନ ବଲଭ ମହାନ୍ତି, ପ୍ରଦୀପ୍ତ ମହାନ୍ତି, ବାଦଲ ଯୋଗାଣିଆ,  ସୁରେନ୍ଦ୍ରନାଥ ସ୍ୱାଇଁ,  କ୍ଷୀରୋଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *