Wednesday , June 16 2021
Breaking News
Home / ବିଶେଷ / ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ   ସ୍ମାରକପତ୍ର ପ୍ରଦାନ

ଶ୍ରମିକ ସଂଗଠନ ଗୁଡିକ ପକ୍ଷରୁ ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ   ସ୍ମାରକପତ୍ର ପ୍ରଦାନ

କେନ୍ଦ୍ରାପଡା,୦୩/୦୩/୨୦୨୧(ଓଡ଼ିଶା ସମାଚାର)- ଓଡିଶାରେ ପଞ୍ଜିକୃତ ହୋଇଥିବା ଲକ୍ଷ ଲକ୍ଷ ନିର୍ମାଣ ଶ୍ରମିକ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଓ ସେମାନଙ୍କୁ ବିଭିନ୍ନ ସ୍ଥାନରେ ନିର୍ଯ୍ୟାତନା ଦିଆଯାଉଛି । ଅପରପକ୍ଷରେ ସେମାନଙ୍କ ସମସ୍ୟାର ସମାଧାନ କରିବା ପାଇଁ ଶ୍ରମ ଅଧିକାରୀ, ଜିଲାପାଳ, ଶ୍ରମ କମିଶନର, ରାଜ୍ୟ ଓ କେନ୍ଦ୍ର ସରାକାର କର୍ଣ୍ଣପାତ କରୁନାହାଁନ୍ତି ବୋଲି ଶ୍ରମିକ ସଂଗଠନ ଆଇଏନଟିୟୁସି ଅଭିଯୋଗ କରିଛି  । ଏ ନେଇ ସମଗ୍ର ରାଜ୍ୟରେ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରେ ମଧ୍ୟ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲା ସଭାପତି ମୁକ୍ତାର ଖାଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଆଇଏନଟିୟୁସି ସହବନ୍ଧିତ ନିଖିଳ ଉତକଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ସଭାପତି ଫକୀର ଚରଣ ଖଟୁଆ, ଉପ ସଭାପତି ବିଧୁ ଭୂଷଣ ମହାପାତ୍ର, ଓଡିଶା କୃଷି ଓ ଗ୍ରାମ୍ୟ ଶ୍ରମିକ ସଂଘର ସଭାପତି ବସନ୍ତ କୁମାର ସେଠୀ, ବିଶ୍ୱକର୍ମା କୋଠାବାଡି ଓ ନିର୍ମାଣ ଶ୍ରମିକ ସଂଘର ସଭାପତି କୃଷ୍ଣଚନ୍ଦ୍ର ରାଉତ, ଆଇଏନଟିୟୁସି ଜିଲା ଶାଖା ସଭାପତି ରଶ୍ମି ରଞ୍ଜନ ଚୌଧୁରୀ, ମହେନ୍ଦ୍ର କୁମାର ପରିଡ଼ା,  ସର୍ବେଶ୍ୱର ସେଠୀ, ପ୍ରଫୁଲ୍ଲ କୁମାର ଦାସ, ପ୍ରଦୀପ୍ତ କୁମାର ମହାନ୍ତି, ମମତା ଦାସ, ମାନସୀ ବେହେରା, ଶଙ୍କର ଜେନା ପ୍ରମୁଖ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଶ୍ରମିକମାନଙ୍କର ୧୧ ଦଫା ଦାବି ସମ୍ବଳିତ ଏକ ସ୍ୱାରକପତ୍ର ରାଜ୍ୟପାଳଙ୍କ ଉଦେଶ୍ୟରେ ଜିଲା ଶ୍ରମ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା । ଶ୍ରମିକ ସଂଗଠନର ନେତାମାନେ କହିଥିଲେ ଯେ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ ଶ୍ରମିକମାନଙ୍କ ନାମ ପଞ୍ଜିକରଣ କରାଯାଉନାହିଁ, ପଞ୍ଜିକୃତ ନିର୍ମାଣ ଶ୍ରମିକମାନଙ୍କ ପାଇଁ ଉଦ୍ଧିଷ୍ଟ ଝିଅ ବିବାହ, ପ୍ରସୂତୀ କାଳୀନ, ପିଲାଙ୍କ ଶିକ୍ଷା, ଯନ୍ତ୍ରପାତି, ସାଇକଲ, ଚିକିତ୍ସା, ଗୃହନିର୍ମାଣ, ଅନ୍ତ୍ୟେଷ୍ଟିକ୍ରିୟା ଓ ମୃତୁ୍ୟକାଳୀନ ସହାୟତା ପ୍ରଦାନ କରାଯାଉନାହିଁ । ପଞ୍ଜିକୃତ ଶ୍ରମିକମାନଙ୍କୁ ତାଲିମ ଦେବାର ବ୍ୟବସ୍ଥା ଥିବା ବେଳେ ତାହା ମଧ୍ୟ କରାଯାଉନାହିଁ ଓ ତାଲିମପ୍ରାପ୍ତ ଶ୍ରମିକମାନଙ୍କ ତାଲିମକାଳୀନ ଭତା ପ୍ରଦାନ କରାଯାଉନାହିଁ । କୋଭିଡ଼-୧୯ ସମୟର ସହାୟତା ରାଶି ଅନ୍ୟ ରାଜ୍ୟ ସରକାରମାନେ ୧୨୦୦୦ ଟଙ୍କା, ୧୦୦୦୦, ୯୦୦୦, ୬୦୦୦, ୫୦୦୦ ପଦାନ କରୁଥିବା ବେଳେ ଆମ ରାଜ୍ୟରେ ସମୁଦ୍ରକୁ ସେଙ୍ଖ ଭଳି ମାତ୍ର ୧୫୦୦ ଟଙ୍କା ଦେବା ପାଇଁ ସରକାର ସ୍ଥିର କରିଛନ୍ତି । କିନ୍ତୁ ଅଦ୍ୟାବଧି  ଅର୍ଦ୍ଧାଧିକ ଶ୍ରମିକମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇ  ନାହିଁ । ଏସମସ୍ତ ସମସ୍ୟାରେ ଶ୍ରମିକମାନେ ଜର୍ଜରିତ ହେଉଥିବା ବେଳେ କେନ୍ଦ୍ର ସରକାର ମନମୁଖୀ ଓ ଅଗଣତାନ୍ତ୍ରିକ ଭାବରେ ୪୪ଟି ଶ୍ରମ ଆଇନ୍ କୁ ପରିବର୍ତନ କରି ୪ଟି ଲେବର କୋର୍ଡ ପ୍ରଣୟନ କରିଛନ୍ତି । ଏଥିସହିତ ସମଗ୍ର ଦେଶର କୃଷକମାନଙ୍କୁ ଲୋଭନୀୟ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିବା ପରେ ୩ଟି କଳା କୃଷି ଆଇନ୍ ପ୍ରଣୟନ କରିଛନ୍ତି । ଯାହା କୃଷକ ଓ କୃଷି ଶ୍ରମିକ ବିରୋଧୀ ବୋଲି ଶ୍ରମିକ ନେତାମାନେ ଏହି ଅବସରରେ କହିଛନ୍ତି । କୃଷକ ଓ ଶ୍ରମିକମାନଙ୍କ ଦାବି ତୁରନ୍ତ ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରମିକ ସଂଗଠନ ପକ୍ଷରୁ  ଚେତାବନୀ ଦିଆଯାଇଛି  । ସେହିପରି ଜିଲାରେ ତୁରନ୍ତ ମେଡିକାଲ କଲେଜ ଓ ହସପିଟାଲ ପ୍ରତିଷ୍ଠା କରିବା ପାଇଁ ଏହି ଶ୍ରମିକ ନେତାମାନେ ଦାବି କରିଛନ୍ତି  । ଶେଷରେ ନୃସିଂହ ଚରଣ ପରିଜା ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ଭଦ୍ର, ଯଶ୍ମିନ ପରୱିନ, କୈଳାଶ ଓଝା, ଗୋବିନ୍ଦ ସେନାପତି, ପ୍ରକାଶ ପରିଜା, ଅଶୋକ ଲେଙ୍କା, ରଞ୍ଜନ ବେହେରା, ରବୀନ୍ଦ୍ର ପରିଡ଼ା, ସୁବାସ ମଳିକ ଓ ସନ୍ତୋଷ ମଳିକ ପ୍ରମୁଖ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଓଡ଼ିଶା ସମାଚାର

About admin

Check Also

ଗଲୱାନ  ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରଷ୍ଟ୍ର ନିର୍ମାଣ ଅଭିଯାନ ପକ୍ଷରୁ ଗଲଓା୍ୱନ ଘାଟିରେ ଶହୀଦ ହୋଇଥିବା ଯବାନଙ୍କୁ …

Leave a Reply

Your email address will not be published. Required fields are marked *