Sunday , June 13 2021
Breaking News
Home / ତାଜା ଖବର / ଶ୍ରମିକ ଚାଲାଣ ବେଳେ ୬ ଶିଶୁ ଶ୍ରମିକଙ୍କ ସହ ୧୧ ଉଦ୍ଧାର

ଶ୍ରମିକ ଚାଲାଣ ବେଳେ ୬ ଶିଶୁ ଶ୍ରମିକଙ୍କ ସହ ୧୧ ଉଦ୍ଧାର

କୋରାପୁଟ, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଜିଲାରୁ ରାୟଗଡ଼ା ଓ ବିଜୟନଗରମ ଆଦି ଅଂଚଳକୁ ଦାଦନ ଖଟିବାକୁ ଯାଉଥିବା ୬ ଶିଶୁ ଶ୍ରମିକ ସମେତ ୧୧ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ । ଟାଉନ ଥାନା ଅଧିକାରୀ ପୀତବାସ ଧାରୁଆଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ କୋରାପୁଟରୁ ରାୟଗଡ଼ା ଏବଂ ବିଜୟନଗରମ ଅଭିମୁଖେ ୧୧ଜଣ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି । ଖବର ପାଇବା ପରେ ସେମାନଙ୍କୁ ବସ୍ ରୁ ଉଦ୍ଧାର କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣ ଶିଶୁ ଶ୍ରମିକ ଥିବା ଜଣାଯାଇଛି । ଏ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଓଡ଼଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *