Tuesday , June 15 2021
Breaking News
Home / ବିଶେଷ /   ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ସମର୍ଦ୍ଧନା

  ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷଙ୍କୁ ସମର୍ଦ୍ଧନା

ଗରଦପୁର, ୨୭/୦୮/୨୦୧୯(ଓଡ଼ିଶା ସମାଚାର)-ନିଖିଳ ଉକ୍ରଳ ସଂସ୍କୃତ ମହାମଣ୍ଡଳ ପକ୍ଷରୁ ନବ ନିଯୁକ୍ତ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାଷ  ସିଂଙ୍କୁ ସମର୍ଦ୍ଧନା ଦିଆଯାଇଛି । ପ୍ରକାଶ ଯେ,ବିଶିଷ୍ଟ ଶ୍ରମିକ ନେତା ତଥା ସଂଗଠକ ସୁବାଷ ସିଂଙ୍କୁ ରାଜ୍ୟ ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ୨ୟ ଥର ପାଇଁ ଅଧ୍ୟକ୍ଷ ଭାବରେ ମନୋନୀତ କରିଛନ୍ତି । ଏହି ଅବସରରେ ନିଖିଲ ଉକ୍ରଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସମ୍ପାଦକ ଶୈଳେନ୍ଦ୍ର ପାଢୀ,କାର୍ଯ୍ୟକାରୀ କମିଟିର  ସଦସ୍ୟ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବ୍ରଜ କିଶୋର ମିଶ୍ର,ଶଙ୍କର୍ଷଣ ବାରିକ୍,ସିଦ୍ଧେଶ୍ୱର ପାଣ୍ଡା,ନରହରି ଦାସ,ଚିରଞ୍ଜନ ଷଢଙ୍ଗି,ଅଜୟ କୁମାର ପତି,ସୁଧାଂଶୁ ମହାନ୍ତି ଓ ପ୍ରଫେସର ଦି୍ୱଜବର ବିଶ୍ୱାଳ ପ୍ରମୁଖ କର୍ମକର୍ତାମାନେ ଭୁବନେଶ୍ୱରସ୍ଥିତ ଶ୍ରମିକ କଲ୍ୟାଣ ବୋର୍ଡ କାର୍ଯ୍ୟାଳୟ ଠାରେ ଶ୍ରୀ ସିଂଙ୍କୁ ଭେଟି ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ସିଂଙ୍କୁ ପୁନର୍ବାର କଲ୍ୟାଣ ବୋର୍ଡର ଦାଇତ୍ୱ ପ୍ରଦାନ କରିଥିବାରୁ ସଦସ୍ୟମାନେ ମୂଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଥିଲେ ।  ଉଲ୍ଲେଖଯୋଗ୍ୟ ଯେ, ସଂସ୍କୃତ ଟୋଲ ମାନଙ୍କର ବିବିଧ ସମସ୍ୟା ସମ୍ପର୍କରେ ସଦସ୍ୟମାନେ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସିଂଙ୍କ ସହିତ ଆଲୋଚନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *