Monday , June 21 2021
Breaking News
Home / ବିଶେଷ / ଶୋକ ଖବର : ହୃଦାଘାତରେ ଡ଼ାକ୍ତର ବାସୁଦେବ ସାହୁଙ୍କ ପରଲୋକ

ଶୋକ ଖବର : ହୃଦାଘାତରେ ଡ଼ାକ୍ତର ବାସୁଦେବ ସାହୁଙ୍କ ପରଲୋକ

ପାଟକୁରା, ୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଗତକାଲି ରବିବାର ସନ୍ଧ୍ୟା ପ୍ରାୟ ୭ ଟା ବେଳେ ହୃଦାଘାତରେ ଡ଼ାକ୍ତର ବାସୁଦେବ ସାହୁଙ୍କ ପରଲୋକ ଘଟିଛି । ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ନରଡ଼ା ଗ୍ରାମର ଡ଼ାକ୍ତର ସ୍ୱର୍ଗତ ସାହୁ ମଧୁ ଶାସନ ଡ଼ାକ୍ତରଖାନା, ପାଟକୁରା ଡ଼ାକ୍ତରଖାନା ଆଦିରେ କଣ୍ଟ୍ରାକଚୁଆଲ ଡ଼ାକ୍ତର ଭାବେ ଅନେକ ଦିନ କାର୍ଯ୍ୟ କରିଥିଲେ । କଣ୍ଟ୍ରାକଚୁଆଲ ଡ଼ାକ୍ତର ଭାବେ ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟ କରିବା ପୂର୍ବରୁ ଓ ପରେ ଦୀର୍ଘ ବର୍ଷ ବିଲହାଟ ଠାରେ କ୍ଲିନିକ୍ କରି ଅଂଚଳରେ ବେଶ୍ ଜଣାଶୁଣା ଥିଲେ ଓ ଅଂଚଳର ଲୋକମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ । ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।  ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ ଗଭୀର ଶୋକ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *