Monday , June 14 2021
Breaking News
Home / ବିଶେଷ / ଶୋକ ଖବର : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଙ୍କ ପରଲୋକ

ଶୋକ ଖବର : ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଙ୍କ ପରଲୋକ

ଭୁବନେଶ୍ୱର , ୦୬/୦୮/୨୦୧୯(ଓଡ଼ିଶା ସମାଚାର)- ଅତ୍ୟନ୍ତ ଦୁଃଖଦ ଖବର – ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ବିଜେପି ଦଳର ବରିଷ୍ଟ ନେତ୍ରୀ ସୁଷମା ସ୍ୱରାଜ ଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ହୃଦାଘାତ ଯୋଗୁ ତାଙ୍କୁ ଗୁରୁତର ଅବସ୍ଥାରେ ଏଆଇଆଇଏମଏସ ରେ ଭର୍ତି କରାଯାଇଥିଲା । ଏକ ପାଂଚ ଜଣିଆ ଡ଼ାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ଲାଗିଥିଲେ କିନ୍ତୁ ଡ଼ାକ୍ତରମାନଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ସୁଷମା ଗୁରୁତର ଆହତ ହୋଇ ଏଆଇଆଇଏମଏସ ରେ ଭର୍ତି ହୋଇଥିବା ଖବର ପାଇ ଦଳର ବହୁ ମନ୍ତ୍ରୀ ଓ ନେତା ଏଆଇଆଇଏମଏସ ରେ ପହଂଚିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *