Saturday , July 31 2021
Breaking News
Home / ବିଶେଷ / ଶେଷ ରଜରେ ମାଂସ ଦୋକାନରେ ପ୍ରବଳ ଭିଡ -ସାମାଜିକ ଦୂରତା ଭୁଲି ଖାଉଟି  – ନିରବ ଦ୍ରଷ୍ଟା ସାଜିଲେ ପ୍ରଶାସନ

ଶେଷ ରଜରେ ମାଂସ ଦୋକାନରେ ପ୍ରବଳ ଭିଡ -ସାମାଜିକ ଦୂରତା ଭୁଲି ଖାଉଟି  – ନିରବ ଦ୍ରଷ୍ଟା ସାଜିଲେ ପ୍ରଶାସନ

ପାରାଦୀପ,୧୭/୦୬/୨୦୨୧(ଓଡ଼ିଶା ସମାଚାର)- ବର୍ଷାଧିକକାଳ ଲାଗି ରହିଥିବା କରୋନା ସଂକ୍ରମଣ ଓ ସରକାରଙ୍କ କୋଭିଡ୍ କଟକଣା ଯୋଗୁଁ ବିଭିନ୍ନ ପୂଜା ପାର୍ବଣ ବନ୍ଦ ରହିଛି । ତେବେ ଏହି କଟକଣା ଯୋଗୁଁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିମ୍ନଗାମୀ ହେବାରେ ଲାଗିଛି । ତେବେ ତିନିଦିନ ବ୍ୟାପି ଲାଗି ରହିଥିବା ରଜ ଅନ୍ତିମ ତଥା ତୃତୀୟ ଦିବସରରେ ମାଂସ ଦୋକାନ ମାନଙ୍କରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା ଏବଂ କରୋନା କଟକଣା ଫିକା ପଡିଥିବାର ଦେଖାଯାଇଥିଲା । ପ୍ରଶାସନର କଡା କଟକଣା ଓ ସିମୀତ ସମୟ ପାଇଁ ଖୋଲୁଥିବା ବଜାର ଘାଟରେ ସାମାଜିକ ଦୂତତ୍ୱ ଅବଲମ୍ବନ କରାଯାଇଥିବା ଦେଖିବାକୁ ମିଳି ନଥିଲା । ଯାହାଫଳରେ ଗୋଷ୍ଠୀ ସଂକ୍ରମଣ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ତେବେ ଜଗତସିଂହପୁର ଜିଲ୍ଲାର ବନ୍ଦର ସହର ପାରାଦ୍ୱୀପରେ ବୁଧବାର ଶେଷ ରଜ ରେ ମାଂସ ଦୋକାନରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିବା ବେଳେ ପରିବା ଦୋକାନ ଗୁଡିକ ଗରାଖ ଶୁନ୍ୟ ଦେଖିବାକୁ ମିଳିଥିଲା । ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସାମାଜିକ ଦ୍ୱରତ୍ୱ ବଜାୟ ରଖିବା ପାଇଁ ତାଗିଦ୍ କରିବା ସତ୍ୱେ ମାଂସ ସରିଜିବା ଆଶଙ୍କାରେ ଲୋକେ ପୋଲିସର ତାଗିଦକୁ ମାନୁନଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି ସଂପ୍ରତି କରୋନା ଯୁଦ୍ଧରେ ପୋଲିସ ପ୍ରଶାସନ ଏକୁଟିଆ ଲଢୁଥିବା ବେଳେ ଏଥିରେ ପାରାଦ୍ୱୀପ ପୌର ପ୍ରଶାସନ, ଅନ୍ୟାନ୍ୟ ସରକାରୀ ଓ ବେସରକାରୀ ସଂସ୍ଥା କିମ୍ବା କୌଣସି ସମାଜିକ ଅନୁଷ୍ଠାନ ସହଯୋଗ କରୁନଥିବା ପରିଲକ୍ଷିତ ହେଉଛି । ଯାହାଫଳରେ ପାରାଦ୍ୱୀପରେ କରୋନା ଲଢେଇରେ ଶିଥିଳତା ଦେଖାଦେଇଛି ତେବେ କେବଳ ପ୍ରଶାସନର ଚେଷ୍ଠା ନୁହେଁ, ଜନସାଧାରଣଙ୍କ ସହଯୋଗ ବିନା କରୋନା ଯୁଦ୍ଧ ଜିତିବା ସମ୍ଭବ ନୁହେଁ । ଏପରି ସମୟରେ ଜନସାଧାରଣ ଧର୍ଯ୍ୟ  ନ ହରାଇ କୋଭିଡ୍ ନିୟମ ଓ କଟକଣା ମାନି ପ୍ରଶାସନକୁ ସହଯୋଗ କରିବା ପାଇଁ ପାରାଦ୍ୱୀପର ବୁଦ୍ଧିଜିବୀ ମାନେ ଅନୁରୋଧ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଭିନ୍ନ ରାସ୍ତା ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ସାଂସଦ ଓ ବିଧାୟକ

ପରଜଙ୍ଗ, ୩୧/୦୭/୨୦୨୧(ଓଡ଼ିଶା ସମାଚାର)- ଆଜି ଓଡିଶା ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ସାଆନ୍ଦା …

Leave a Reply

Your email address will not be published. Required fields are marked *