Tuesday , June 15 2021
Breaking News
Home / ବିଶେଷ / ଶୀକାରୀ ଗୁଳିରେ ଶୀକାର ହେଲେ କାଠୁରିଆ ଘଟଣା

ଶୀକାରୀ ଗୁଳିରେ ଶୀକାର ହେଲେ କାଠୁରିଆ ଘଟଣା

ଗୁଳିକାଣ୍ଡ ସ୍ଥଳରୁ ୩ ଟି ସାଇକେଲରୁ ୩ ସିଫ୍ଟ କାଠ ଜବତ କଲା କାଳିଆପାଣି ପୋଲିସ
ଭୁବନା ୦୯/୦୧/୨୦୨୧ (ଓଡ଼ିଶା ସମାଚାର)- ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ପଂଚାୟତର ଜଣେ ବ୍ୟକ୍ତି ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ଶୀକାରୀ ଗୁଳିର ଶୀକାର ହୋଇଥିବା ଘଟଣାର ପର୍ଦ୍ଧାଫାସ କରିଛି ଯାଜପୁର ଜିଲ୍ଲା କାଳିଆପାଣି ପୋଲିସ । ଗୁଳିକାଣ୍ଡସ୍ଥଳରୁ କାଳିଆପାଣି ପୋଲିସ ୩ ଟି ସାଇକେଲରେ ବନ୍ଧା ହୋଇଥିବା ୩ ସିଫ୍ଟ କାଠ ଜବତ କରି କାଠ ଆଣିବାକୁ ଯାଇଥିବା ବେଳେ ଏହି ଗୁଳିକାଣ୍ଡ ହୋଇଛି ବୋଲି କହିଛି । ଖବରରୁ ପ୍ରକାଶ ଯେ, ଭୁବନ ବ୍ଲକ କୁନିନ୍ଦା ଗ୍ରାମର ଭାଗବତ ବେହେରା ଙ୍କ ପୁଅ ଗୋବିନ୍ଦ ବେହେରା ତାଙ୍କର ୨ ଜଣ ସାଥୀଙ୍କ ସହିତ ଗତ ଗୁରୁବାର ରାତି ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ନଳିପାହାଡ ଉପରେ ଥିବା ହୁଡିସାହି (ପାଟଣା) ଦଲକ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଗୁଳିକାଣ୍ଡର ଶୀକାର ହୋଇ ମୃତ୍ୟୁବରଣ କରିଥିଲେ । ଏ ସଂପର୍କରେ କାଳିଆପାଣି ଥାନାରେ କେଶ ନଂ-୦୩ /୨୦୨୧ ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । କେତେକ ଗଣମାଧ୍ୟମରେ ମଇଁଷି ଖୋଜିବାକୁ ଯାଇଥିବା ବେଳେ କେତେକ ଦୁର୍ବୃତ ଗୁଳିକାଣ୍ଡ କରି ୩୦ ହଜାର ଟଙ୍କା ଲୁଟି ନେଇଥିବା ସଂପର୍କରେ ଯେଉଁ ଖବର ପ୍ରକାଶ ପାଇଥିଲା ତାହା ମିଥ୍ୟା ବୋଲି ଜଣାପଡିଛି । ଗୁଳିକାଣ୍ଡ କରିଥିବା ମୁଖ୍ୟ ଅଭିଯୁକ୍ତ ଖୁବଶୀଘ୍ର ଧରାପଡିବ ବୋଲି କାଳିଆପାଣି ଥାନାର ତଦନ୍ତକାରୀ ଅଫିସର ବିଭୂତି ଭୂଷଣ ମହାପାତ୍ର ଓ କାଳିଆପାଣି ଥାନା ଆଇଆଇସି ରମାକାନ୍ତ ମୁଦୁଲି ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *