Sunday , June 13 2021
Breaking News
Home / ବିଶେଷ / ଶିଶୁ ସୁରକ୍ଷା ପାଇଁ ସ୍କୁଲ ଭିତିଭୁମିରେ ଉନ୍ନତି ଆବଶ୍ୟକ

ଶିଶୁ ସୁରକ୍ଷା ପାଇଁ ସ୍କୁଲ ଭିତିଭୁମିରେ ଉନ୍ନତି ଆବଶ୍ୟକ

ଭୁବନେଶ୍ୱର , ୧୨/୦୮/୨୦୧୯(ଓଡ଼ିଶା ସମାଚାର)- ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନ (ନିମହାନସ) ଏବଂ ଅଣ୍ଡରରାଇଟର ଲାବ୍ରୋଟୋରିଜ (ୟୁଏଲ) ର ପ୍ରସ୍ତୁତ ରିପୋର୍ଟ “ଆଡଭାସିଂ ଚାଇଲଡ ସେଫଟି ଇନ ଇଣ୍ଡିଆ ଏମ୍ପ୍ଲିମେଂଟେସନ ଇଜ ଦି କିନ୍ତୁ ଅନୁସାରେ ସ୍କୁଲ ମାନଙ୍କରେ ସୁରକ୍ଷା ମାନଦଣ୍ଡ ଉପରେ ସଚେତନା ଆହତ ସମସ୍ୟା ପ୍ରତିହତ କରିପାରିବ । ଏକ ସୁରକ୍ଷିତ ବାତାବରଣ ଶିଶୁମାନଙ୍କ ବିକାଶରେ ଅତ୍ୟାଶ୍ୟକ । ଏହି ରିପୋର୍ଟରେ ୧୩୧ଟି ବାଙ୍ଗାଲୁରୁ ଓ କୋଲାର ଜିଲ୍ଲାର ସରକାରୀ ଓ ପ୍ରାଇଭେଟ ସ୍କୁଲ ମାନଙ୍କ ମଧ୍ୟରେ ସର୍ଭେ କରାଯାଇଥିଲା । ଏହି ସ୍କୁଲ ଗୁଡିକୁ ଭୌତିକ ଭିତିଭୁମି, ରାସ୍ତା ଏବଂ ଅଗ୍ନି ସୁରକ୍ଷା, ପାଥମିକ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦିରେ ପରିକ୍ଷଣ ପାଇଁ ଗବେଷକ ମାନେ ଡିଜିଟାଲ ସେପ୍ଟି ଆପ୍ରାଇଜଲ ଟୁଲ ବ୍ୟବହାର କରିଥିଲେ । ୟୁଏଲର ସାଉଥ୍ ଏସିଆ ଓ ସବ ସହାରା ଆଫ୍ରିକା ର ପରିଚାଳନା ନିର୍ଦ୍ଦେଶକ ତଥା ଉପାଧ୍ୟକ୍ଷ ସୁରେଶ ସୁଗାରନମ କହିଛନ୍ତି, “ଏହି ସନ୍ଦର୍ଭ ନିମହାନସ ସହ ମିଶି ଶିଶୁ ମାନଙ୍କ ପାଇଁ ଭିତିଭୁମି ଓ ବାତାବରଣ ଉପରେ ପର୍ଯ୍ୟବେଶିତ । ସରକାରୀ କଳ, ସ୍କୁଲ ପରିଚାଳକ ଓ ପିତାମାତା ଙ୍କୁ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନେବାକୁ ପଡିବ ।” ଏହି ରିପୋର୍ଟର ଉପାଦେୟତା ଉପରେ ଡଃ ଗୁରୁରାଜ ଜି ନିମହାନସ ର ଡନ ଅଫ ନ୍ୟୁରେ ସାଇନସେସ୍ କହିଛନ୍ତି, “ଭାରତରେ ଶିଶୁ ମାନଙ୍କ କ୍ଷେତ୍ରରେ ମୃତ୍ୟୁ ବା ଆହତ ଜନିତ ସମସ୍ୟା ଏକ ଅବହେଳିତ ଓ ଲୁକ୍କାୟିତ ସମସ୍ୟା । ଏଥିପାଇଁ ସରକାରୀ ନିତି ଓ କାର୍ଯ୍ୟକ୍ରମ ଗୁଡିକର କଡାକଡି ପାଳନ ଆବଶ୍ୟକ ।” ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *