Wednesday , June 16 2021
Breaking News
Home / ସ୍ୱାସ୍ଥ୍ୟ / ଶିଶୁ ର ଯତ୍ନ ଓ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଉଦଯାପିତ

ଶିଶୁ ର ଯତ୍ନ ଓ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଉଦଯାପିତ

ତାରପୁର,୨୧/୦୯/୨୦୧୯(ଓଡ଼ିଶା ସମାଚାର)-ୟୁନିସେଫ ପକ୍ଷରୁ ରଘୁନାଥପୁର ଆଇସିଡ଼ିଏସ ଅଧିନରେ ଥିବା ସମସ୍ତ ଅଙ୍ଗନୱାଡ଼ି କର୍ମୀଙ୍କୁ ତିନୋଟି ପର୍ଯ୍ୟାୟରେ ହେଉଥିବା ଶିଶୁ ର ଯତ୍ନ ଓ ଶିକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ଶିବିର  ଉଦଯାପିତ ହୋଇ ଯାଇଛି ।  ଜନ୍ମ ଠାରୁ ୬ ବର୍ଷ ପର୍ଯ୍ୟନ୍ତ ଶିଶୁର ଲାଳନ ପାଳନ , ମା ମାନଙ୍କର ଭୂମିକା , ଉତମ ସ୍ୱାସ୍ଥ୍ୟ ଓ ଖେଳକୁଦ ମାଧ୍ୟମରେ ଶିଶୁ ମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ଏହାର ଉଦେଶ୍ୟ ବୋଲି ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ ପ୍ରକାଶ କରିଥିଲେ । ପ୍ରତ୍ୟେକ ସପ୍ତାହରେ ଶିଶୁର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କ ମା ମାନଙ୍କୁ ଡ଼ାକି ସ୍ୱାସ୍ଥ୍ୟ ସମ୍ବନ୍ଧିୟ ବାର୍ତା ଦେବାପାଇଁ ସେଥିରେ ପ୍ରକାଶ କରାଯାଇଥିଲା । କୋମଳମତୀ ଶିଶୁଙ୍କୁ ଅଦରକାରୀ ବସ୍ତୁରେ ବିଭିନ୍ନ ଖେଳନା ତଥା ଛବି ଆଙ୍କି ସେଥିପ୍ରତି ଆକର୍ଷିତ କରିବା ପାଇଁ କର୍ମୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ସୁପରଭାଇଜର ପ୍ରମୋଦିନୀ ଦାସ,  ସୁବାସ ମୋହିନୀ ସାହୁ,  ସଂଯୁକ୍ତା ଦାସ, ବିଜୟଲକ୍ଷ୍ମୀ ପଣ୍ଡା, ସେମାଲୀ ପ୍ରିୟଦର୍ଶିନୀ , ଲିପ୍ସା ପ୍ରିୟଦର୍ଶିନୀ ପ୍ରମୁଖ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।  ସୁନ୍ଦରଭାବେ ପ୍ରସ୍ତୁତ କରି ଆଣିଥିବା ଭିଭିନ୍ନ ମଡ଼େଲକୁ ଏହି ଶିବିରରେ ପ୍ରଦର୍ଶିତ କରାଯାଇଥିଲା । ତେବେ ତୃଥମୂଲ ସ୍ତରରେ ଏହାର ସଫଳ ରୂପାୟନ ସମ୍ପର୍କରେ ସିଡ଼ିପିଓ କର୍ମୀମାନଙ୍କୁ ପରାମର୍ଶ ଦେବା ସହ ନିଯେ ଯାଇ ତତ୍ୱାବଧାନ କରିବେ ବୋଲି ପ୍ରକାଶ କରିଥିଲେ । କୃତିବାସ ସାହୁ ପ୍ରଶିକ୍ଷଣ ଶିବିର ପରିଚାଳନା କରିଥିବାବେଳେ ରଶ୍ମିତା ଦାସ,  ବୈର୍ଷ୍ଣବ ଚରଣ ବାରିକ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ – ୪୨ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୫/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)-  ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୫ ଜଣ ନୂତନ  କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *