Sunday , June 20 2021
Home / ବିଶେଷ / ଶିଳାନ୍ୟାସର ୪ମାସ ବିତିଯାଇଥିଲେ ମଧ୍ୟ ଆତୋଡ଼ାଠାରେ ସବ୍ ଗ୍ରୀଡ୍  ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ

ଶିଳାନ୍ୟାସର ୪ମାସ ବିତିଯାଇଥିଲେ ମଧ୍ୟ ଆତୋଡ଼ାଠାରେ ସବ୍ ଗ୍ରୀଡ୍  ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ

ସାଲେପୁର, ୨୮/୦୭/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଗ୍ରାମାଂଚଳରେ ବିଦ୍ୟୁତ୍ ସମସ୍ୟା ଦୂର ପାଇଁ ସାଲେପୁର ବ୍ଲକ ର ଆତୋଡ଼ାଠାରେ ୧୩୨ ଓ ୧୩୩କେଭି ଗ୍ରୀଡ୍ ଉପସେଂଟର ନିର୍ମାଣ କରିବାପାଇଁ ଶିଳାନ୍ୟାସ କରାଯାଇଥିଲେ ମଧ୍ୟ ଇତିମଧ୍ୟରେ ୪ମାସ ବିତିଯାଇଥିଲେ ହେଁ ଗ୍ରୀଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ ସାଲେପୁର ବ୍ଲକ୍ ଅନ୍ତର୍ଗତ ବହୁଗ୍ରାମ, ମହାଜନପୁର, ମୁତାରିଫା, ଚମ୍ପତି, ତ୍ରିଲୋଚନପୁର, ମଧ୍ୟକଚ୍ଛ ଆଦି ପଂଚାୟତର ଲୋ-ଭୋଲ୍ଟେଜ୍ ଓ ବିଦ୍ୟୁତ୍ ସମସ୍ୟାର ସମାଧାନ କରିବା ଉଦ୍ଦେଶ୍ୟରେ ଆତୋଡ଼ା ନିକଟରେ ଗତ ମାର୍ଚ୍ଚ ମାସ ୫ତାରିଖରେ ୧୩୨/୩୩କେ.ଭି. ଗ୍ରୀଡ୍ ଉପସେଂଟର ସ୍ଥାପନ କରିବାପାଇଁ ତକ୍ରାଳୀନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ଏହାର ଶିଳାନ୍ୟସ କରିଥିଲେ । ଏହି ଶିଳାନ୍ୟାସର ୪ମାସରୁ ଉଦ୍ଧ୍ୱର୍ ସମୟ ବିତିଯାଇଥିଲେ ମଧ୍ୟ ଏହି ସବ୍ ଗ୍ରୀଡ୍  ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ତ ଦୂରର କଥା ଇଟା ଖଣ୍ଡିଏ ମଧ୍ୟ ପଡିନାହିଁ । ଏହାନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକଙ୍କ ବିଦ୍ୟୁତ୍ ସମସ୍ୟା ଦୂର ପାଇଁ ତୁରନ୍ତ ଏଠାରେ ସବ୍ ଗ୍ରୀଡ୍  ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାପାଇଁ ସରକାର ବିହିତ ପଦକ୍ଷେପ ଗ୍ରହଣ କରିବାପାଇଁ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *