Friday , June 18 2021
Breaking News
Home / ସ୍ୱାସ୍ଥ୍ୟ / ଶିବାନନ୍ଦ ଆଶ୍ରମ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

ଶିବାନନ୍ଦ ଆଶ୍ରମ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର

କେନ୍ଦ୍ରାପଡା, ୨୧/୦୮/୨୦୧୯(ଓଡ଼ିଶା ସମାଚାର)- ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମ ପକ୍ଷରୁ କୋରୋ ପଂଚାୟତର ଗଇଦୁଆ ଠାରେ ଏକ ଦବସିୟ ମାଗଣା ସ୍ୱାସ୍ଥା ସେବା ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦଜୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରୁ ଆସିଥିବା ଡା. ସରୋଜନୀ ଯୋଶୀଙ୍କ ନେତୃତ୍ୱରେ ଏକ ପାଂଚ ଜଣିଆ ଡାକ୍ତରୀ ଦଳ ଗଇଦୁଆ ଶିବାନନ୍ଦ ଚିକିତ୍ସାଳୟରେ ୬୭୩ ରୁ ଉର୍ଦ୍ଧ ରୋଗୀଙ୍କୁ ପରୀକ୍ଷା କରି ମାଗଣାରେ ଔଷଧ ବୀତରଣ କରିଥିଲେ । ପ୍ରତିବର୍ଷ ସ୍ୱର୍ଗତ ବ୍ୟାସଦେବ ଯୋଶୀଙ୍କ ତିରୋଧାନ ଦିବସ ଅବସରରେ ତାଙ୍କ ପିତା ସୁନାମ ଧନ୍ୟ ଡା. ବାଳକୃଷ୍ଣ ଯୋଶୀ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଏଠାରେ ଆୟୋଜନ କରାଇ ଆସୁଅଛନ୍ତି । ଏହି ଶିବିରରେ ଭେଷଜ ବିଶେଷଜ୍ଞ ଡା. ବାଳକୃଷ୍ଣ ଯୋଶୀ , ଡା. ସଂଜିବ ମହାପାତ୍ର, ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ସରୋଜନୀ ଯୋଶୀ , ଦନ୍ତ ରୋଗ ବିଶେଷଜ୍ଞ ଡା. ନିଶୀଥ୍ ଯାଦବ , ଡା. ପଦ୍ମଜା ଯୋଶୀ ପ୍ରମୁଖ ଉପସ୍ଥିତ ରହି ରୋଗୀମାନଙ୍କ ଚିକିତ୍ସା କରିଥିଲେ । ଏହି ଶିବିରକୁ ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦଜୀ ଉଦଘାଟନ କରିଥିବା ବେଳେ ଅବସର ପ୍ରାପ୍ତ ଅତିରିକ୍ତ ଜିଲ୍ଲାପାଳ ନିରଜଂନ ସାହୁ, ସମ୍ପାଦକ ଶରତ ପାତ୍ର ପ୍ରମୁଖ ଶିବିରରେ ଉପସ୍ଥିତ ଥିଲେ । ଶ୍ରୀଧର ରାଉତ, ସୁନାକର ରାଉତ, ଜନାର୍ଦ୍ଦନ ପରିଡା,ଶ୍ରୀବତ୍ସ ନାୟକ, ନୃସିଂହ ବାବା, ପୁରୁଷୋତମ ପରିଡା, ବିଷ୍ଣୁ ଚରଣ ସାମଲ ପ୍ରମୁଖ ଶିବିର ପରି•ଳନାରେ ସହଯୋଗ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ଆଜି ୭୩ କରୋନା ପଜିଟିଭ

କେନ୍ଦ୍ରାପଡ଼ା, ୧୫/୦୬/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାରେ ମଙ୍ଗଳବାର ୭୩ ଜଣ କରୋନା ପଜିଟିଭ ବାହାରିଥିବା  ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ …

Leave a Reply

Your email address will not be published. Required fields are marked *