Sunday , August 1 2021
Breaking News
Home / ବିଶେଷ / ଶିକ୍ଷାବିତ ସାହିତ୍ୟିକ  ବିଭୂତିଭୂଷଣ ପରିଡା ଙ୍କ ଦ୍ୱାଦଶାହ ରେ ଶ୍ରଦ୍ଧାଞ୍ଜଳି  

ଶିକ୍ଷାବିତ ସାହିତ୍ୟିକ  ବିଭୂତିଭୂଷଣ ପରିଡା ଙ୍କ ଦ୍ୱାଦଶାହ ରେ ଶ୍ରଦ୍ଧାଞ୍ଜଳି  

ନିଶ୍ଚିନ୍ତକୋଇଲି , ୨୯/୦୬/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )- ବିଶିଷ୍ଟ ଶିକ୍ଷାବିତ ସାହିତ୍ୟିକ ସମ୍ପର୍କ ସାହିତ୍ୟ ସାଂସଦ ର ଉପ ସଭାପତି ବିଭୂତି ଭୂଷଣ ପରିଡା ଙ୍କ ଦ୍ୱାଦଶାହ  ଅବସରରେ ତାଙ୍କର ପୁରୁଣାପରି ସ୍ଥିତ ବାସଭବନ ରେ କୋଭିଡ କଟକଣା ମଧ୍ୟରେ ଏକ ଶ୍ରଦ୍ଧାଞ୍ଜଳି   ସଭା ଅନୁଷ୍ଠିତ ହୋଇଥିଲା।ଏହି ଅବସର ରେ ବହୁ ଶିକ୍ଷକ ,ସାହିତ୍ୟିକ ,ରାଜନୈତିକ ବ୍ୟକ୍ତିବିଶେଷ,ଜନସାଧାରଣ ତାଙ୍କର ସ୍ମୃତିଚାରଣ କରିବା ସହ ବିଭୂତି ବାବୁ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ମତବ୍ୟକ୍ତ କରିଥିଲେ। ଜଣେ ଦକ୍ଷ ଶିକ୍ଷକ ଭାବରେ ବହୁ ମେଧାବୀ ଛାତ୍ର ଛାତ୍ରୀ ସୃଷ୍ଟି କରିବା ସହ ଶିକ୍ଷାଅଧି କାରୀ ଭାବେ ଦକ୍ଷତା ପ୍ରତିପାଦନ କରିଥିଲେ।ଏଥି ସହ ସାଲେପୁର ସମ୍ପର୍କ ସାହିତ୍ୟସଂସଦ  ର ଉପ ସଭାପତି ଭାବେ ଗ୍ରାମାଞ୍ଚଳ ରେ ସାହିତ୍ୟ ର ପ୍ରଚାର ଓ ପ୍ରସାର ଦିଗରେ ନିଜକୁ ନିୟୋଜିତ କରିଥିଲେ।ଅବସର ପ୍ରାପ୍ତ ବିଆରସି ରଜନୀ କାନ୍ତ ଦାସ ଙ୍କ ପୌରୋହିତ୍ୟ ରେ ଅନୁଷ୍ଠିତ ସଭାରେ ବୈଷ୍ଣବ ଚରଣ ଲେଙ୍କା, ଧରଣୀଧର ଜେନା, ମୁକ୍ତାର  ଅଲ୍ଲୀ ବେଗ, ଗୋପବନ୍ଧୁ ମହାନ୍ତି, ପ୍ରଦୀପ୍ତ ଓଝା, ବୈକୁଣ୍ଠ ନାଥ ରାଉତ, ସାମ୍ବାଦିକ ଅଭୟ ଜେନା, ସଦାଶିବ ନାୟକ, ଭିକାରୀ ଚରଣ ବେହେରା,ନୃସିଂହ ଚରଣ ପଣ୍ଡା, ବିଜୟ କୁମାର ବେହେରା, ଡମ୍ବରୁ ଧର ସାମଲ ,ସାଂସଦ ଙ୍କ ପ୍ରତିନିଧି ସ୍ୱାଧୀନ ଭୂୟାଁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସମ୍ପର୍କ ସାହିତ୍ୟ ସଂସଦ ର ସଭାପତି ଚନ୍ଦ୍ରମଣି ଭୂୟାଁ ସଂଯୋଜନା କରିଥିଲେ।ସ୍ବର୍ଗତ ପରିଡା ଙ୍କ ଜ୍ୟେଷ୍ଠ ପୁତ୍ର ବିଶ୍ୱଜିତ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ। ଓଡିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *