Monday , June 14 2021
Breaking News
Home / ଶିକ୍ଷା / ଶିକ୍ଷକ-ଅଭିଭାବକ ସମ୍ମିଳନୀ

ଶିକ୍ଷକ-ଅଭିଭାବକ ସମ୍ମିଳନୀ

ବାଙ୍କୀ, ୦୨/୦୭/୨୦୧୯ (ଓଡ଼ିଶା ସମାଚାର)-ବାଙ୍କୀ ଏନଏସି ଅନ୍ତର୍ଗତ ଶିଶୁଆ ପ୍ରକଳ୍ପ ବିଦ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଶିକ୍ଷକ-ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲଚନ୍ଦ୍ର ବେହେରା ଅଧ୍ୟକ୍ଷତା କରି ସମ୍ମିଳନୀର ଆଭିମୁଖ୍ୟ ପ୍ରଦାନ କରିଥିଲେ । ବରିଷ୍ଠ ଶିକ୍ଷକ ପ୍ରଣବଚନ୍ଦ୍ର ବେହେରା, ସହକାରୀଶିକ୍ଷକ ମାନସରଞ୍ଜନ ଦାସ, ଶୈଳବାଳା ମିଶ୍ର, ଅନୁପମା ସାହୁ, ନିବେଦିତା ପ୍ରଧାନ, ରଶ୍ମିତା ବେହେରା, ସନ୍ଧ୍ୟାରାଣୀ ଧଳ, ଲୀତାଞ୍ଜଳୀ ପଟ୍ଟନାୟକ, ବିମଳା ଧଳ ଓ ତପସ୍ୱନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ରହି ବିଦ୍ୟାଳୟରେ ଛାତ୍ରମାନଙ୍କର ଶତକଡା ୧୦୦ଭାଗ ଉପସ୍ଥାନ, ବିଦ୍ୟାଳୟର ଭିତିିଭୂମୀର ବିକାଶ ଏବଂ ବିଦ୍ୟାଳୟରେ ପାଠପଢାର ଗୁରୁତ୍ୱ ଉପରେ ଅଧିକ ଧ୍ୟାନ ଦେବା ସହ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଶିକ୍ଷା ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସେଠୀ, ପୂର୍ବତନ କାଉନସିଲର ବାଉରୀବନ୍ଧୁ ସେଠୀ, ସଭ୍ୟ କିଶୋରକୁମାର ରାଉତ, ଜିତେନକୁମାର ରାଉତ, ନରେନ୍ଦ୍ରକୁମାର ମହାପାତ୍ର, ବିରଞ୍ଚି ବେହେରା, ଟୁକୁନି ସେଠୀ, ଶକୁନ୍ତଳା ବେହେରା, ନୃପତି ରାଉତ ପ୍ରମୁଖ ଉପସ୍ଥିତ ରହି ବିଦ୍ୟାଳୟରେ ଶିକ୍ଷକ-ଅଭିଭାବକ ସମ୍ମିଳନୀର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *