Thursday , June 17 2021
Breaking News
Home / ଶିକ୍ଷା / ଶିକ୍ଷକଙ୍କ ମୁଥମାଡ଼ରେ ଛାତ୍ର ଗୁରୁତର ଅଭିଯୋଗ

ଶିକ୍ଷକଙ୍କ ମୁଥମାଡ଼ରେ ଛାତ୍ର ଗୁରୁତର ଅଭିଯୋଗ

ରାଜନଗର, ୨୯/୦୬/୨୦୧୯ (ଓଡ଼ିଶା ସମାଚାର)- ଦଣ୍ଡମୁକ୍ତ ସ୍କୁଲ ପରିସର । ସ୍କୁଲ ପରିସରରେ ପିଲାଙ୍କୁ ମାଡ଼ ମାରିବାକୁ ନିଷେଧ କରାଯାଇଥିବା ବେଳେ ଗୁରୁବାର ରାଜନଗର ବ୍ଲକ ଓସ୍ତିଆ ପଂଚାୟତ ଜଗନ୍ନାଥପୁର ଶାସନ ବିଦ୍ୟାନିକେତନର ଜଣେ ଶିକ୍ଷକ ଜନୈକ ୭ମ ଶ୍ରେଣୀ ଛାତ୍ରଙ୍କୁ ମୁଥମାରିଛନ୍ତି । ଛାତ୍ରଜଣଙ୍କ ହେଉଛନ୍ତି ନିରଞ୍ଜନ ତ୍ରିପାଠୀଙ୍କ ପୁଅ ନିହାର ରଞ୍ଜନ ତ୍ରିପାଠୀ । ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ନିହାର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିଲା । ମାତ୍ର ଛାତ୍ରର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଏନେଇ ଗୁରୁତର ଛାତ୍ରର ବାପା ରାଜନଗର ଥାନାରେ ସମ୍ପୃକ୍ତ ଶିକ୍ଷକଙ୍କ ନାଁରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି ।
ଖବର ନେବାରୁ ଜଣାପଡ଼ିଛି ଯେ, ଗୁରୁବାର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ପଡ଼ିଆରେ ଖେଳୁଥିଲେ । ବିଦ୍ୟାଳୟରେ ପାଠପଢ଼ା ଆରମ୍ଭ ହେବାପାଇଁ ଘଂଟି ବାଜିବା ପରେ ଦୌଡ଼ାଦୌଡି ହୋଇ ଶ୍ରେଣୀଗୃହକୁ ଆସୁଥିଲେ । ଛାତ୍ରମାନେ ଦୌଡ଼ି ଆସୁଥିବା ସମୟରେ ଶିକ୍ଷକ ଅରବିନ୍ଦ ମହାନ୍ତି ନିହାରର ବେକରେ ଶକ୍ତ ମୁଥ ମାରିଥିଲେ । ଶିକ୍ଷକଙ୍କ ମାଡ଼ ପରେ ନିହାର ତଳେ ପଡ଼ିଯାଇଥିଲେ । ବିଦ୍ୟାଳୟରେ ଛାତ୍ର ଜଣଙ୍କ ବାନ୍ତି କରିବା ସହ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଛାତ୍ରଙ୍କ ଗୁରୁତର ଅବସ୍ଥା ଦେଖି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଜେଠୀ ତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ ଛାତ୍ରଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଓଡ଼ିଶା ସମାଚାର

About admin

Check Also

ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ବାତିଲକୁ କନ୍ଧମାଳ ଛାତ୍ର କଂଗ୍ରେସର ସମର୍ଥନ

କନ୍ଧମାଳ, ୦୪/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ଚଳିତ ବର୍ଷ ପାଇଁ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାକୁ ସିବିଏସଇ ବାତିଲ କରିବାକୁ …

Leave a Reply

Your email address will not be published. Required fields are marked *