Wednesday , August 4 2021
Breaking News
Home / ବିଶେଷ / ଶାସ୍ତ୍ରୀଜୀ କଲଚୁରାଲ ଆସୋସିଏସନର ୩୫ତମ ସାଧାରଣ ପରିଷଦ ବୈଠକ

ଶାସ୍ତ୍ରୀଜୀ କଲଚୁରାଲ ଆସୋସିଏସନର ୩୫ତମ ସାଧାରଣ ପରିଷଦ ବୈଠକ

ସାଲେପୁର,୧୩/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଦ୍ୱୀପାଂଚଳର ସର୍ବପୁରାତନ ଅନୁଷ୍ଠାନ ଶାସ୍ତ୍ରୀଜୀ କଲଚୁରାଲ ଆସୋସିଏସନର ୩୫ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସୁବାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ଉପଦେଷ୍ଟା ମଣ୍ଡଳୀର ସଭ୍ୟ ଶରତ ଚନ୍ଦ୍ର ମିଶ୍ର, ଦତହରି ମହାରଣା, ନାଟ୍ୟ ନିର୍ଦେଶକ ବୈଷ୍ଣବ ଚରଣ ସ୍ୱାଇଁଙ୍କ ସମେତ ସମିତିର ସଭ୍ୟସଭ୍ୟା, କୋର କମିଟିର ସମସ୍ତ ସଦସ୍ୟ, କଳାକାରମାନେ ଉପସ୍ଥିତ ରହି ଚଳିତ ମହାନଦୀ ନାଟ୍ୟ ମହୋତ୍ସବକୁ ଶୃଙ୍ଖଳିତ ଓ ଆକର୍ଷଣୀୟ କରିବାକୁ ନିଷ୍ପତିି ନେଇଥିଲେ ଏବଂ ଅନୁଷ୍ଠାନର ବାର୍ଷିକ ମୁଖପତ୍ର “ଶାନ୍ତି କପୋତ’’ ପ୍ରକାଶନ ନିମନ୍ତେ ଓଡ଼ିଶାର ସୁନାମଧନ୍ୟ କବି  ଓ ଲେଖକମାନଙ୍କର ଲେଖା ପଠାଇବାପାଇଁ ଆହ୍ୱାନ କରାଯାଇଥିଲା । ଏଥିରେ ୪୬ନଂ ଜୋନ ର ଜିଲ୍ଲାପରିଷଦ ସଭ୍ୟ ଅଶୋକ କୁମାର ଭୂୟାଁ, ରଟିଲୋ ସମିତିସଭ୍ୟ ମନମୋହନ ସ୍ୱାଇଁ, କୁନା ମଲ୍ଲିକ, ଜନାର୍ଦ୍ଦନପୁର ପଂଚାୟତର ପୂର୍ବତନ ସରପଂଚ ଗୋଲଖ ବିହାରୀ ପରିଡ଼ା, ସୁଧାଂଶୁ ଶେଖର ମିଶ୍ର, ଲୋଲୁପ କୁମାର ସ୍ୱାଇଁ, ଶରତ କୁମାର ସ୍ୱାଇଁ, ରାଜକିଶୋର ସ୍ୱାଇଁ, ଅଶୋକ କୁମାର ପତି ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଚଳିତ ବର୍ଷ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ବ୍ଲକ୍ ସ୍ତରୀୟ କରାଯିବାପାଇଁ ନିଷ୍ପତିି ନିଆଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *