Wednesday , June 23 2021
Breaking News
Home / ବିଶେଷ /    ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଟାନର ବାର୍ଷିକ ସାଧାରଣ ପରିଷଦ ବୈଠକ 

   ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଟାନର ବାର୍ଷିକ ସାଧାରଣ ପରିଷଦ ବୈଠକ 

ପାଟକୁରା,୩୧/୦୧/୨୦୨୧(ଓଡ଼ିଶା ସମାଚାର)- ‘ଶାନ୍ତି ମୈତ୍ରୀ’ ସ୍ୱେଛାସେବୀ ଅନୁଷ୍ଟାନର ବାର୍ଷିକ ସାଧାରଣ ପରିଷଦ ବୈଠକ ଆଜି ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ବିଚଣା ଗ୍ରାମରେ ଥିବା ଅନୁଷ୍ଠାନର କ୍ଷେତ୍ର କାର୍ଯ୍ୟାଳୟରେ ଅନୁଷ୍ଟିତ ହୋଇଯାଇଛି  ।  ପ୍ରଣୟ କୁମାର ପରିଜାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସାଧାରଣ ପରିଷଦ ବୈଠକରେ ଅନୁଷ୍ଠାନ ପକ୍ଷରୁ କନ୍ଧମାଳ ଓ କେନ୍ଦ୍ରାପଡା ଜିଲା ସହିତ ଅନ୍ୟ ଜିଲାମାନଙ୍କରେ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମିକ୍ଷା କରାଯାଇଥିଲା । ଗତ ବର୍ଷର ବାର୍ଷିକ ବିବରଣୀ ଓ ସଂଗଠନର ଅଡିଟ୍ ରିପୋଟ୍ ପାଠ କରାଯାଇ ସଭାରେ ଅନୁମୋଦନ କରାଯାଇଥିଲା । ଆଗାମୀ ବର୍ଷ ନିମନ୍ତେ କେନ୍ଦ୍ରାପଡା ଜିଲାରେ ବିଭିନ୍ନ ପ୍ରକଳ୍ପଗୁଡିକୁ ଅଗ୍ରାଧିକାର ଭିତିରେ କାର୍ଯ୍ୟ କରାଯିବା  ପାଇଁ  ନିଷ୍ପତି ଗ୍ରହଣ କରାଯାଇଥିଲା । ବର୍ତର୍ମାନ ଠାରୁ ଅନୁଷ୍ଠାନର ନୂତନ ସଭାପତି ନିର୍ବାଚନ କରାଯିବା ପର୍ଯ୍ୟନ୍ତ  ବରିଷ୍ଠ ସଭ୍ୟ ପ୍ରଣୟ କୁମାର ପରିଜାଙ୍କୁ ସଭାପତି ଦାଇତ୍ୱ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରେ ଶାନ୍ତି ମୈତ୍ରୀ ସ୍ୱେଛାସେବୀ ଅନୁଷ୍ଟାନର ସମ୍ପାଦକ ଭଗବାନ ଜେନା ସଭ୍ୟ/ସଭ୍ୟାମାନଙ୍କୁ ସ୍ୱଗତ କରିଥିବାବେଳେ,ବରିଷ୍ଟ ସଭ୍ୟ ମନୋଜ କୁମାର ଜେନା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସାଧାରଣ ପରିଷଦ ବୈଠକରେ ଶୁଭଲକ୍ଷ୍ମୀ ସାମଲ,ବନଜା ସ୍ୱାଇଁ,ମଞ୍ଜୂୁବାଳା ଜେନା,ଡାକ୍ତର ଅଶୋକ କୁମାର ସାମଲ ଓ ଯାଜପୁର ଜିଲାର ଅର୍ନ୍ତନିବେଶୀ ଶିକ୍ଷା ସଂଯୋଜିକା ବନ୍ଦନା ଜେନା ପ୍ରମୁଖ ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । କାର୍ଯ୍ୟକ୍ରମ ପୂର୍ବରୁ  ଅନୁଷ୍ଟାନର ପୂର୍ବତନ ସଭାପତି ସ୍ୱର୍ଗତ ରାମଚନ୍ଦ୍ର ସିଂଙ୍କ ବିୟୋଗରେ ଅମର ଆତ୍ମାର ସଦ୍ଗତି ପାଇଁ ଦୁଇ ମିନଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।  ଓଡ଼ିଶା ସମାଚାର

About admin

Check Also

ନାବାଳକଙ୍କୁ କେରଳ ନେବାକୁ ବାରଣ କରିବାରୁ ସରପଞ୍ଚଙ୍କୁ ମାଡ଼ ଅଭିଯୋଗ :ଥାନାରେ ଏତଲା 

ବାଲିଗୁଡ଼ା, ୨୨/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର  ପାଣିଗ୍ରାହୀ):ନାବାଳକ ଙ୍କୁଦାଦନ ଶ୍ରମିକରେ ଖଟାଇବା ପାଇଁ କେରଳ ନେବାକୁ ବିରୋଧ କରିବାରୁ ସରପଞ୍ଚଙ୍କୁ …

Leave a Reply

Your email address will not be published. Required fields are marked *