Sunday , June 20 2021
Home / ବିଶେଷ / ଶାନ୍ତି ଫାଉଣ୍ଡେସନର ୧୧ତମ ବାର୍ଷିକ ଉତ୍ସବ ଓ ଶାନ୍ତି ସେବା ସମ୍ମାନ-୨୦୧୯ ପ୍ରଦାନ

ଶାନ୍ତି ଫାଉଣ୍ଡେସନର ୧୧ତମ ବାର୍ଷିକ ଉତ୍ସବ ଓ ଶାନ୍ତି ସେବା ସମ୍ମାନ-୨୦୧୯ ପ୍ରଦାନ

ଭୁବନେଶ୍ୱର,୨୬/୦୭/୨୦୧୯(ଓଡ଼ିଶା ସମାଚାର)-ବିଗତ ୧୧ବର୍ଷ ଧରି ନିଃସ୍ୱାର୍ଥପର ଭାବେ ସମାଜସେବା ଯୋଗାଉଥିବା ସାମାଜିକ ଅନୁଷ୍ଠାନ ‘ଶାନ୍ତି ଫାଉଣ୍ଡେସନ’ର ୧୧ତମ ବାର୍ଷିକ ଉତ୍ସବ ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ଉତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ସମାଜସେବୀ ସସ୍ମିତା ଦାସ, ଇନ୍ଦିରା ଦାଶ, ମନସ୍ମିତା ଜେନା, ପ୍ରତାପ କୁମାର ପଲାଇ, ପବିତ୍ର ମୋହନ ବେହେରା, ଅଶୋକ କୁମାର ମହାପାତ୍ର, ଶାନ୍ତି ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ପାଣି ଯୋଗ ଦେଇଥିଲା ବେଳେ ଅନୁଷ୍ଠାନର ସମ୍ପାଦକ ସଞ୍ଜୟ କୁମାର ପରିଡ଼ା ବିବରଣୀ ପାଠ କରିଥିଲେ । ଅନୁଷ୍ଠାନର ୪୦ଜଣ କୃତି ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା ଏବଂ ୪୬ଜଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ‘ଶାନ୍ତି ସେବା ସମ୍ମାନ୨୦୧୯’ରେ ସମ୍ମାନିତ କରାରଯାଇଥିଲା । ସଭା ପରିଚାଳନା କରିଥିଲେ ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ନାରାୟଣ ଚନ୍ଦ୍ର ଓଝା । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *