Tuesday , June 15 2021
Breaking News
Home / ବିଶେଷ / ଶରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

ଶରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

ନରସିଂହପୁର, ୦୫/୦୭/୨୦୧୯ (ଓଡ଼ିଶା ସମାଚାର)- ନରସିଂହପୁର ବ୍ଲକ ଶରଧାପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନବିଭାଗ ପକ୍ଷରୁ ବନମହୋତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଶରଧାପୁର ପଂଚାୟତ ସରପଂଚ ସୁଚିତ୍ରା ସାହୁ ମୁଖ୍ୟଅତିଥିଭାବେ ଏଥିରେ ଯୋଗଦେଇଥିଲେ । ନରସିଂହପୁର ବନାଂଚଳର ଏସିଏଫ ପୂର୍ଣ୍ଣଚନ୍ଦ୍ର ଗୁରୁ, ପଶ୍ଚିମାଂଚଳ ରେଞ୍ଜର ବିଭୂରଞ୍ଜନ ରାୟ, ବନପାଳ ଶାନ୍ତନୁ ମାଝି, ସମିତିସଭ୍ୟା ଚିନ୍ମୟୀ କର ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ ଶିକ୍ଷକ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ମୁଖ୍ୟଅତିଥି ଶ୍ରୀମତୀ ସାହୁ ବନମହୋତ୍ସବର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୃକ୍ଷ ହିଁ ଜୀବନ, ବୃକ୍ଷ ବିନା ଜୀବଜଗତ ତିଷ୍ଠିବା ଅସମ୍ଭବ । ସମାଜର ପ୍ରତ୍ୟେକ ବ୍ୟକ୍ତି ତାଙ୍କ ଜୀବନକାଳ ମଧ୍ୟରେ ନିଶ୍ଚିତଭାବେ ଗଛ ଲଗାଇବା ଆବଶ୍ୟକ । ଆଜିର ପିଲାମାନେ ପ୍ରତିବର୍ଷ ଗଛ ଲଗାଇ ପରିବେଶକୁ ଧ୍ୱଂସାଭିମୁଖୀରୁ ରକ୍ଷା କରିବା ଆବଶ୍ୟକ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରେମଲତା ଭୋଇ, ଗ୍ରାମ ମୁଖିଆ ଫଗୁଚରଣ ମୁଦୁଲି ଓ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ଗଛ ଲଗାଇବାରେ ସହଯୋଗ କରିଥିଲେ ।ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ସ୍ୱାସ୍ଥ୍ୟ ସଚେତନତା ନେଇ ନେଇ ଉତ୍କଳ ବିକାଶ ପରିଷଦରର ଭରଚୁଆଲ ବୈଠକ

କଟକ, ୧୪/୦୬/୨୦୨୧ (ଓଡିଶା ସମାଚାର): କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ‘ଉତ୍କଳ ବିକାଶ ପରିଷଦ'(ଉବିପ)  ଆନୁକୂଲ୍ୟରେ କରୋନା ସମୟରେ …

Leave a Reply

Your email address will not be published. Required fields are marked *