Sunday , June 13 2021
Breaking News
Home / ବିଶେଷ / ଶରଣାର୍ଥୀ ମାନଙ୍କ ଜମି ସମସ୍ୟା ନେଇ ଜିଲାପାଳଙ୍କ ସହିତ ଆଲୋଚନା

ଶରଣାର୍ଥୀ ମାନଙ୍କ ଜମି ସମସ୍ୟା ନେଇ ଜିଲାପାଳଙ୍କ ସହିତ ଆଲୋଚନା

କେନ୍ଦ୍ରାପଡ଼ା ,୩୦/୦୮/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲାରେ ରହୁଥିବା ଶରଣାର୍ଥୀ ମାନଙ୍କ ଜମି ସମସ୍ୟା ପାଇଁ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଜିଲାପାଳ ସମର୍ଥ ବର୍ମା ଙ୍କ ମଧ୍ୟରେ ଆଲୋଚନା ହୋଇଛି । ଦେଶ ବିଭାଜନ ପରେ ତତକାଳିନ ପୂର୍ବ ପାକିସ୍ଥାନ ତଥା ବର୍ତମାନର ବଙ୍ଗଳାଦେଶ ରୁ ଆସିଥିବା ଶରଣାର୍ଥୀ ମାନଙ୍କୁ ମହାକାଳପଡ଼ା ବ୍ଲକ୍ ର ଖରିନାସୀ ପଂଚାୟତର ରାମନଗର ଅଂଚଳରେ ଥିଥାନ କରାଯାଇଥିଲା । ୧୯୫୧ ରେ ଆସିଥିବା ଏହି ଶରଣାର୍ଥୀ ମାନଙ୍କୁ ପ୍ରାୟ ୨ ହଜାର ଏକର ଜମି ଆବଂଟନ କରାଯାଇଥିଲା । ସେତେବେଳେ ପରିବାର ପିଛା ବୟସ୍କ ଲୋକ ମାନଙ୍କ ପାଇଁ ୧ ଏକର ଓ ପିଲା ମାନଙ୍କ ପାଇଁ ଅଧ ଏକର ହିସାବରେ ଜମି ଆବଂଟନ କରାଯାଇଥିଲା । ପଟ୍ଟାରେ କିଶମ ଶାରଦ-୧ ଓ ।ାରଦ ୨ ଲେଖାଯାଇଥିବାବେଳେ ୨୦୧୨ ମସିହାରେ ଏହା ପୂର୍ବ ବସତି ଜଙ୍ଗଲ କିସମ ଜମି ବୋଲି ସରକାରଙ୍କ ନୂଆ ନିୟମ ଅନୁସାରେ ଧାର୍ଯ୍ୟ କରାଯାଇଛି । ତେବେ ୭୦ ବର୍ଷରୁ ଅଧିକ ହେବ ଏହି ଅଂଚଳ ଘରଦ୍ୱାର ଚାଷ ବାସ କରି ତିନି ପିଢ଼ି ହେଲା ରହି ଆସୁଥିବା ଏହି ଶରଣାର୍ଥୀମାନେ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କୁ ମିଳିଥିବା ପଟାରେ ଲେଖାଥିବା ଜମିର କିସମ ଓ ବର୍ତମାନର ନୀୟମ ଅନୁସାୟୀ ଅସୁବିଧାରେ ପଡ଼ିଥିବା ଶରଣାର୍ଥୀମାନଙ୍କ ଠାରୁ ୨୦୧୨ ମସିହା ଠାରୁ ପାଉତି କଙ୍କାଯାଉନଥିବା ଜଣାପଡ଼ିଛି । ଏହି ସମସ୍ୟାର ସମାଧାନ ପାଇଁ ବିଧାୟକ ଶ୍ରୀ ନାୟକ, ଜିଲାପାଳ ଶ୍ରୀ ବର୍ମା, ସ୍ଥାନୀୟ ସରପଂଚ , ଜିଲାପରିଷଦ ସଦସ୍ୟ ଲକ୍ଷ୍ମୀକାନ୍ତ ହାଲଦାର, ମୃତ୍ୟୁଂଜୟ ମଣ୍ଡଳ, ରାଜେନ୍ଦ୍ର ବାଇନ,ରଂଜନ ମଣ୍ଡଳ,ଅଶୋକ ମହାପାତ୍ର ପ୍ରମୁଖ ଆଲୋଚନା କରିଥିଲେ । ରେକର୍ଡ଼ ପତ୍ର ଯାଂଚ କରାଯିବା ପରେ ଏହି ସମସ୍ୟାର ସମାଧାନ କରାଯାଇ ପାରିବ ବୋଲି ଜିଲାପାଳ ପ୍ରକାଶ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *