Sunday , June 13 2021
Breaking News
Home / ତାଜା ଖବର / ଵଡ଼ ଧରଣର ଡକାୟତି  ଯୋଜନା ପଣ୍ଡ କଲା ବାଲିଗୁଡା ପୋଲିସ :

ଵଡ଼ ଧରଣର ଡକାୟତି  ଯୋଜନା ପଣ୍ଡ କଲା ବାଲିଗୁଡା ପୋଲିସ :

 ଦୁଇଜଣ ନକଲି ପୋଲିସ ଅଫିସର ଗିରଫ :ଡକାୟତିରେ ବ୍ୟବହୃତ ବହୁ ସାମଗ୍ରୀ ଜବତ 

ବାଲିଗୁଡା, ୦୬/୦୩/୨୦୨୧.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବଡ଼ ଧରଣର ଡକାୟତି ଯୋଜନା ପଣ୍ଡ କଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ନକଲି  ପୋଲିସ୍ ଅଫିସର ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନ ପେଟ୍ରୋଲିଂ କରୁଥିବା ବେଳେ ସିନ୍ଦିରି ଗାଁ ଖଡ଼ଗନଦୀ ପୋଲ ନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚି ରହିଥିବା ଦେଖିବାକୁ ପାଇଲା ପୋଲିସ୍ । ପୋଲିସକୁ ଦେଖି ଦୌଡ଼ି ପଳାଇବା ବେଳେ ପିଛା କରି ଦୁଇଜଣଙ୍କୁ ପୋଲିସ୍ କାବୁ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଗିରଫ ଦୁଇଜଣ ପୋଲିସ୍ ଏଏସ୍ ଆଇ ପୋଷାକ ପିନ୍ଧି ନିଜକୁ ପୋଲିସ୍ ସଜେଇ କିଛି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶି ସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କ ଠାରୁ ଡକାୟତି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ର କରୁଥିଲେ ବୋଲି ପୋଲିସ କହିଛି । ସେପଟେ ଦୁଇ ନକଲି  ପୋଲିସ୍ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟ ଡିଜାଏର କାର ନଂ. ଓଡି -୦୫-ଏଜେ- ୬୮୬୬ସହ ଗୋଟିଏ ଲୁହା ରଡ୍, ଦୁଇଟି ବେତ ଲାଠି, ଦୁଇହଳ ପୋଲିସ୍ ଡ୍ରେସ୍, ଗୋଟିଏ ଖେଳଣା ପିସ୍ତଲ୍, ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନ ମାରଣାସ୍ତ୍ର ଜବତ୍ କରିଛି ପୋଲିସ । ଗିରଫ ଦୁଇଜଣ କଟକ ଜିଲ୍ଲା ଚଣ୍ଡୀ ଛକ ଓ କନିକା ଛକ ଅଞ୍ଚଳର ହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଏବଂ ଏଭଳି ଲୁଟ୍ କେତେଦିନ ହେଲା ଆରମ୍ଭ ହୋଇଛି  ଏବଂ କେଉଁ କେଉଁ ସ୍ଥାନରେ ହୋଇଛି ସେନେଇ ଏକ କେଶ ନଂ.୪୬/୨୧ରେ ରୁଜୁ କରି  ତଦନ୍ତ ଚାଲିଥିବା ବିଷୟ  ବାଲିଗୁଡ଼ା ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୦/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୬,୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *