Saturday , June 19 2021
Breaking News
Home / ବିଶେଷ / ‘ଲ’ କଲେଜ ପୁରାତନ ଛାତ୍ରସଂଘର ଜରୁରୀ ବୈଠକ ଅନୁଷ୍ଠିତ

‘ଲ’ କଲେଜ ପୁରାତନ ଛାତ୍ରସଂଘର ଜରୁରୀ ବୈଠକ ଅନୁଷ୍ଠିତ

କଟକ,୦୫/୦୮/୨୦୧୯(ଓଡ଼ିଶା ସମାଚାର)- କଟକ ଦି ‘ଲ’କଲେଜର ପୁରାତନ ଛାତ୍ର ସଂଘର ଜରୁରୀ ବୈଠକ ‘ଲ’ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ଉପସଭାପତି ଆଇନଜୀବୀ ସୁବାସ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକକୁ ଛାତ୍ର ସଂଘର ମୁଖ୍ୟ ପରାମର୍ଶଦାତା ସୁମନ୍ତ କୁମାର ରାୟ ପରିଚାଳନା କରିଥିଲେ । ବୈଠକରେ ସଂଘର ସମ୍ପାଦକ ଆଇନଜୀବୀ ବିଭୂ ପ୍ରସନ୍ନ ମହାପାତ୍ର ଦି ‘ଲ’ କଲେଜ ଏବଂ ପୁରାତନ ଛାତ୍ର ସଂଘର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଆସନ୍ତା ସ୍ୱାଧୀନତା ଦିବସ ଉପଲକ୍ଷେ ଦି ‘ଲ’ କଲେଜ ପରିସରରେ ବୃକ୍ଷରୋପଣ କରାଯିବାର ନିଷ୍ପତି ନେବା ସହିତ ପୂର୍ବରୁ ଦାବି ହୋଇଆସୁଥିବା ପୁରାତନ ଛାତ୍ର ସଂଘକୁ ଏକ ବୈଠକ ଗୃହ ତୁରନ୍ତ ହସ୍ତାନ୍ତର ଏବଂ କଲେଜ ପରିସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଏକ ପୂର୍ଣ୍ଣ ପ୍ରତିମୂର୍ତି ପ୍ରତିଷ୍ଠା କରିବା ପାଇଁ ଦି ‘ଲ’ କଲେଜର କର୍ତୃପକ୍ଷଙ୍କ ବୈଠକ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଗାମୀ ଦିନରେ ଦି ‘ଲ’ କଲେଜକୁ ସବୁକ୍ଷେତ୍ରରେ ଆଗେଇ ନେବା ପାଇଁ ବୈଠକରେ ଉପସ୍ଥିତ ବରିଷ୍ଠ ଉପଦେଷ୍ଟା ଇଂ.ଗୌରାଙ୍ଗ ଚରଣ ଭୂୟାଁ, ଛାତ୍ର ସଂଘର କାର୍ଯ୍ୟନିର୍ବାହୀ ଅଧିକାରୀ ସଦସ୍ୟ ମିତ୍ରଭାନୁ ମହାନ୍ତି, ଆଦିତ୍ୟ ନାରାୟଣ ଦାଶ, ମନୋଜ କୁମାର ପଣ୍ଡା, ପ୍ରେମାନନ୍ଦ ଛାଟୋଇ, ଉଦିତ ରଞ୍ଜନ ଜେନା, ଅଶୋକ କୁମାର ପଟ୍ଟନାୟକ, ଜଗନ୍ନାଥ ମହାନ୍ତି, ସନାତନ ବେହେରା, ରତିକାନ୍ତ ଦାସ ଓ ଦୁଇ ମହିଳା ଆଇନଜୀବୀ ସୁଷମାରାଣୀ ସାହୁ, ମଧୁଛନ୍ଦା ପାଢୀ ପ୍ରମୁଖ ମତବ୍ୟକ୍ତ କରି ଶପଥ ନେଇଥିଲେ । ଚଳିତବର୍ଷ ଡିସେମ୍ବର ୧୫ତାରିଖରେ ଦି ‘ଲ’ କଲେଜ ପୁରାତନ ଛାତ୍ରସଂଘର ବାର୍ଷିକ ଉତ୍ସବ ଓ ସ୍ମରଣୀକା ଉନ୍ମୋଚନ କଟକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହେବ ବୋଲି ଉକ୍ତ ବୈଠକରେ ଘୋଷଣା କରାଯାଇଥିଲା । ବାର୍ଷିକ ଉତ୍ସବ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୧ତାରିଖରେ ରାଜ୍ୟସ୍ତରୀୟ ଆଇନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକୃତା ପ୍ରତିଯୋଗିତା ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରକୋଷ୍ଠରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା । ପରିଶେଷରେ ପୁରାତନ ଛାତ୍ରସଂଘର ସହ ସମ୍ପାଦକ ଆଇନଜୀବୀ ଅସିତ୍ କୁମାର ଜେନା ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ଓଡ଼ିଶା ମୋ ପରିବାର ଆନୁକୁଲ୍ୟରେ ସ୍ୱେଛାକୃତ ରକ୍ତଦାନ ଶିବିର 

ରଘୁନାଥପୁର,୧୮/୦୬/୨୦୨୧(ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ପୁରଣ ଓଡ଼ପଡ଼ାସ୍ଥିତ ପ୍ରମିଳା ମଣ୍ଡପରେ ଡଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର …

Leave a Reply

Your email address will not be published. Required fields are marked *