Wednesday , June 16 2021
Breaking News
Home / କ୍ରୀଡ଼ା / ଲୋକନାଥ ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ

ଲୋକନାଥ ମହାବିଦ୍ୟାଳୟରେ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ

 

ପାଟକୁରା,୩୦/୦୮/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟ, ପାଟକୁରାରେ ଫିଟ୍ ଇଣ୍ଡିଆ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ପ୍ରଦିପ୍ତ କୁମାର ପ୍ରଧାନ ଶୁଭାରମ୍ଭ କରି କହିଥିଲେ ଯେ ଅଗଷ୍ଟ ୨୯ ତାରିଖକୁ ଭାରତରେ ଖେଳ ଦିବସ ରୂପେ ପାଳନ କରାଯାଉଥିଲା । ତେବେ ଚଳିତ ବର୍ଷ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଫିଟ୍ ରହିବା ପାଇଁ ଫିଟ୍ ଇଣ୍ଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି । ତେଣୁ ଯୋଗ ଦିବସ ଭଳି ଖେଳକୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଏହି ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଛି । ଏହାଦ୍ୱାରା ସମସ୍ତେ କିଛି ସମୟ ବାହାର କରି ଫିଟନେସ୍ ପାଇଁ ଖେଳକୁଦରେ ନିଜକୁ ସାମିଲ କରିପାରିଲେ ଦେହ ଓ ମନ ପ୍ରଫୁଲ୍ଲିତ ରହିପାରିବ । ଏହି ପ୍ରଶିକ୍ଷଣ ଶିବିରରେ ମହାବିଦ୍ୟାଳୟର ସମର ଶିକ୍ଷାର୍ଥୀ ବାହିନୀ, ଜାତୀୟ ସେବା ସଂସ୍ଥାର ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ, କର୍ମଚାରୀମାନେ ଭାଗ ନେଇଥିଲେ । ଏନ୍.ଏସ୍.ଏସ୍ ପ୍ରୋଗ୍ରାମ ଅଫିସର ଡଃ. ରମେଶ କୁମାର ମହାନ୍ତି, ଯୋଗ ଶିକ୍ଷକ ଡଃ. ପ୍ରଫୁଲ୍ଲ କୁମାର ଜେନା, ଏନ୍.ସି.ସି ଲେପ୍ଟନାଂଟ ଦୁର୍ଯେ୍ୟାଧନ ଜେନା  ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ୨୬ରେ ସିନିୟର ଓ ୧୯ବର୍ଷରୁ କମ୍ ଆନ୍ତଃ କ୍ଲବ କ୍ରିକେଟ ଟୁର୍ଣ୍ଣାମେଂଟ

ପାରାଦୀପ ୨୪/୦୩/୨୦୨୧(ଓଡ଼ିଶା ସମାଚାର)- ଚଳିତ ବର୍ଷ ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ଦ୍ୱାରା ହେବାକୁ ଥିବା ସିନିୟର ଓ ୧୯ବର୍ଷରୁ …

Leave a Reply

Your email address will not be published. Required fields are marked *