Sunday , June 13 2021
Breaking News
Home / ବିଶେଷ / ଲୁଥେରାନ ଯୌନ ଶୋଷଣ ମାମଲାରେ ଜଣେ ଗିରଫ

ଲୁଥେରାନ ଯୌନ ଶୋଷଣ ମାମଲାରେ ଜଣେ ଗିରଫ

କେନ୍ଦ୍ରାପଡ଼ା, ୧୮/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ପାଟଳିପଙ୍କସ୍ଥିତ ଲୁଥେରାନ ମହିଳା ସମିତି ଶିଶୁ ଯତ୍ନ ଅନୁଷ୍ଠାନରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଯୌନ ଶୋଷଣ ଓ ଶିଶୁ ବିକ୍ରୀ ଅଭିଯୋଗରେ  ମାର୍ଶାଘାଇ ଥାନା ପୋଲିସ  ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ମହାକାଳପଡା ଥାନା ଅନ୍ତର୍ଗତ କିଆରବାଙ୍କ ଗ୍ରାମର କୁଞ୍ଜବିହାରି ଦାସ(୬୦) ବୋଲି ସୂଚନା ମିଳିଛି । ମାର୍ଶାଘାଇ ଥାନା କେଶ ନମ୍ବର – ୧୮୭/୨୦୨୧ରେ ଭାରତୀୟ ପିଙ୍ଗଳ କୋର୍ଡର ୩୭୬(୨)(ଡି)(ଏଲ) ଧାରାରେ ଅଭିଯୁକ୍ତ କୁଞ୍ଜବିହାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ତଦନ୍ତକାରୀ ଅଧିକାରିଣୀ ତଥା ଆଇସିଏଡବ୍ଲୁ ଇନିସପେକ୍ଟର ସସ୍ମିତା ବେହେରା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *