Thursday , August 5 2021
Breaking News
Home / ବିଶେଷ / ଲୁଗା ଦୋକାନରୁ ୫ ହଜାର ସମେତ ୧୦ ହଜାର ଟଙ୍କା ଫାଇନ ଆଦାୟ

ଲୁଗା ଦୋକାନରୁ ୫ ହଜାର ସମେତ ୧୦ ହଜାର ଟଙ୍କା ଫାଇନ ଆଦାୟ

ଭୁବନ ୦୪/୦୬/୨୦୨୧(ଓଡ଼ିଶା ସମାଚାର)-କରୋନା ଜନିତ ଲକଡାଉନ ସମୟରେ ସରକାରଙ୍କ ନିୟମ ଭାଙ୍ଗି ରଜ,ସାବିତ୍ରୀ  ପାଇଁ ବ୍ୟବସାୟ କରୁଥିବା ନୂଆବଜାର(ବସଷ୍ଟାଣ୍ଡ) ର ଏକ ଲୁଗା ଦୋକାନରେ ତହସିଲଦାର ପ୍ରଭାସ କୁମାର ବେହୁରା,ବିଡିଓ ଆଶୀର୍ବାଦ ପରିଡା ,ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ମିଳିତ ଭାବେ ଚଢାଉ କରି ୫ ହଜାର ଟଙ୍କା ଫାଇନ ଆଦାୟ କରିଥିଲେ । ଅନୁରୂପ ଭାବେ ନୂଆବଜାର,କାଳୀବଜାର ରେ ଲକଡାଉନରେ ସଟର ଖୋଲି ଲୁଚାଛପାରେ ବେପାର କରୁଥିବା ଦୋକାନୀଙ୍କ ଠାରୁ ମଧ୍ୟ ୫ ହଜାର ଟଙ୍କା ଫାଇନ ଆଦାୟ କରାଯାଇଥିଲା । ଢେଙ୍କାନାଳ ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁନଥିବାରୁ ଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ କ୍ରମେ ଲକଡାଉନକୁ କଡାକଡି କରାଯାଇ ଆଜିଠାରୁ ଚେକିଂ ଜୋରଦାର ହୋଇଛି । ଆଜି ଫାଇନ ଦେଇଥିବା ଦୋକାନୀ ମାନେ ପରବର୍ତି ସମୟରେ ଧରା ପଡିଲେ ସପ୍ତାହକ ପାଇଁ ଦୋକାନ ସିଲ୍ କରାଯିବ ବୋଲି ତହସିଲଦାର ଶ୍ରୀଯୁକ୍ତ ବେହୁରା ସତର୍କ କରାଇଥିଲେ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *