Sunday , August 1 2021
Breaking News
Home / ବିଶେଷ / ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ

ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ

ଭୁବନେଶ୍ୱର,୨୩/୦୭/୨୦୨୧(ଓଡ଼ିଶା ସମାଚାର)- ସ୍ଥାନୀୟ ହୋଟେଲ ଆର୍ଯ୍ୟ ପ୍ୟାଲେସ ସଭାଗୃହରେ ଲାୟନ୍ସ କ୍ଲବ ଭୁବନେଶ୍ୱର ଓଡ଼ିଶାର ଅଧିଷ୍ଠାନ ଦିବସ କୋଭିଡ୍-୧୯ ନିୟମ ଅନୁସାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ଯୋଗଦାନ କରି ଲାୟନ୍ସ ଇଂ ପୂର୍ଣ୍ଣଚନ୍ଦ୍ର ପାଢୀ ନୂତନ ସଦସ୍ୟ ଭାବେ ଯୋଗଦାନ କରିଥିବା ସଭ୍ୟମାନଙ୍କୁ ଶପଥପାଠ କରାଇଥିଲେ । ଲାୟନ୍ସ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ ନିକୁଞ୍ଜ ଛୋଟରାୟ ଯୋଗଦାନ କରି ସଭାପତି ଭାବେ ଲାୟନ ଇଂ ସିଦ୍ଧାର୍ଥ ମହାନ୍ତି ସଭାପତି, ଲାୟନ ଡଃ ବିପିନ ବିହାରୀ ମିଶ୍ର ସମ୍ପାଦକ, ଲାୟନ ଏସ୍. କାହ୍ନୁଚରଣ ପୃଷ୍ଟି କୋଷାଧ୍ୟକ୍ଷ ଭାବେ ଲାୟନ୍ସ ବର୍ଷ ୨୦୨୧-୨୨ ପାଇଁ ଅଧିଷ୍ଠିତ କରାଇଥିଲେ । ଏହି ସଭାରେ ଲାୟନ ଭି.କେ. ଲୁଥ୍ରା ପିଆଇଡ଼ି, କ୍ଲବର ସମସ୍ତ ସଭ୍ୟମାନଙ୍କୁ ତାଙ୍କର ବାର୍ତାରେ ମହାମାରୀ କୋଭିଡ଼-୧୯ ପାଇଁ ସମସ୍ତ ସଦସ୍ୟମାନଙ୍କର ସେବାମୂଳକ କାର୍ଯ୍ୟକ୍ରମକୁ ଆହୁରି ଶକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମ ଜିଲ୍ଲା ଗଭର୍ଣ୍ଣର ଲାୟନ ସୁରେଶ ଚନ୍ଦ୍ର ନାୟକ, ଦ୍ୱିତୀୟ ଜିଲ୍ଲା ଗଭର୍ଣ୍ଣର ଲାୟନ ଆଇ.ଭି. କୋଟେଶ୍ୱର ରାଓ ଓ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର, ଆଂଚଳିକ ଅଧ୍ୟକ୍ଷ ଲାୟନ ଡଃ ବି.କେ. ତ୍ରିପାଠୀ ଓ ଲାୟନ ଧୀରେନ ଧଳ ଯୋଗଦାନ କରି କ୍ଲବ କରିଥିବା ସେବାମୂଳକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି ସଭାକୁ ଲାୟନ କିଶୋର ଚନ୍ଦ୍ର ସାହୁ ଓ ଲାୟନ ଶରତ ପରିଡ଼ା ପରିଚାଳନା କରିଥିଲେ । ଶେଷରେ ପ୍ରଥମ ଉପସଭାପତି ଲାୟନ ଅଶୋକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ଗ୍ରାମାଂଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ୩ ଡି ଇ-ପାଠାଗାର

କେନ୍ଦ୍ରାପଡ଼ା, ୦୧/୦୮/୨୦୨୧(ଓଡ଼ିଶା ସମାଚାର)- ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଆଉ ସହରକୁ ପାଠ ପଢିବା ପାଇଁ ନଯାଇ ଗ୍ରାମାଂଚଳରେ ସେହି …

Leave a Reply

Your email address will not be published. Required fields are marked *