Wednesday , June 16 2021
Breaking News
Home / ତାଜା ଖବର / ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆଇ, ସି ଡିଏସ  ସୁପର ଭାଇଜର

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ଆଇ, ସି ଡିଏସ  ସୁପର ଭାଇଜର

କଳାହାଣ୍ଡି ,୧୨/୦୧/୨୧ (ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲାର   ଭବାନିପାଟଣା କୁଟୁରୁଖମାର  ସେକ୍ଟର ଆଇ ସି ଡିଏସ ସୁପରଭାଇଜର ଦଶ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ପ୍ରକାଶ ଯେ ଭବାନିପାଟଣା ବ୍ଲକ କୁରୁମାଚୁଆଁ ର ଅଙ୍ଗନବାଡି କର୍ମି ସୀମନ୍ତିନୀ ନାଏକ ଙ୍କ ଠାରୁ ଅକ୍ଟୋବର,  ନଭେମ୍ବର ଓ ଡିସେମ୍ବର ମାସର ଅଣ୍ଡା ଓ ପନିପରିବା ର ବିଲ କରିଦେଇ  ଦଶ ହଜାର ଟଙ୍କା ଦାବି କରି ଥିଲେ । ଏନେଇ କୋରାପୁଟ ଜୟପୁର ଭିଜିଲାନ୍ସ ର ନୁଆପଡା ଡିଭିଜନ ଭିଜିଲାନ୍ସ ବିଭାଗ ରେ  ଅଭିଯୋଗ କରି ଥିଲେ । ଆଜି ତାଙ୍କ ଭଡାଘରୁ ଦଶ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ନୁଆପଡା  ଭିଜିଲାନ୍ସ ଡିଭିଜନ ଦିନବନ୍ଧୁ ବେହେରା ଙ୍କ ସମେତ ଭିଜିଲାନ୍ସ ଟିମ୍‌ର ଚଢାଉ ଜାରି ରହିଛି । ଏହି ଚଢାଉ ରେ ବର୍ତ୍ତମାନ ସୁଦ୍ଧା ସୁପରଭାଇଜର ରାଧାରାଣି ଦେଇଙ୍କ ଘରୁ ନଗଦ ଟଙ୍କା ସହ ସୁନା ଅଳଙ୍କାର ଓ ବିଭିନ୍ନ କାଗଜପତ୍ର  ବାହାରିଛି ଓ ଚଢାଉ ଜାରି ରହିଛି  । ଓଡିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *