Monday , June 21 2021
Breaking News
Home / ତାଜା ଖବର / ଲାଂଚ ନେଇ ତିନି ପୋଲିସ ଅଧିକାରୀ ଗିରଫ

ଲାଂଚ ନେଇ ତିନି ପୋଲିସ ଅଧିକାରୀ ଗିରଫ

ମଲେକାନାଗିରି,୨୬/୦୭/୨୦୧୯(ଓଡ଼ିଶା ସମାଚାର)- ଲାଂଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ମାଲକାନାଗିରି ଆଦର୍ଶ ଥାନା ଆଇଆଇସି ରଂଜନ କୁମାର ସାହୁ ଙ୍କୁ ଆଜି ନିଲମ୍ବିତ କରାଯାଇଛି । ଏକ ଘରୋଇ କଲେଜ ର ପୁରୁଣା ଜାଲ ସାର୍ଟିଫିକେଟ ମାମଲାରେ କଲେଜ କର୍ତୃପକ୍ଷଙ୍କୁ ୫ ଲକ୍ଷ ଟଙ୍କା ଲାଂଚ ଦାବି କରାଯାଇଥିଲା । ଶେଷରେ ୨ ଲକ୍ଷ ଟଙ୍କା ସ୍ଥିର ହୋଇଥିଲା ଓ ୧ଲକ୍ଷ ଟଙ୍କା ଦିଆଯାଇଥିଲା । ପରେ ପୁଣି ୧ ଲକ୍ଷ ଟଙ୍କା ପାଇଁ କଲେଜ କର୍ତୃପକ୍ଷଙ୍କୁ ବାରମ୍ବାର ଫୋନ୍ କରିବାରୁ କଲେଜ କର୍ତୃପକ୍ଷ କଟକ ଭିଜିଲାନ୍ସ ରେ ଜଣାଇବାପରେ ୬ ଜଣ ଡ଼ିଏସପି ଙ୍କ ନେତୃତ୍ୱରେ ୨୧ ଜଣିଆ ଟିମ ମାଲକାନାଗିରି ଯାଇ ଗତକାଲି ମାଳକାନାଗିରି ଆଦର୍ଶ ଥାନା, ଆଇଆଇସି ଙ୍କ କ୍ୱାର୍ଟର ଆଦି ଉପରେ ଚଢ଼ାଉ କରାଯାଇଥିଲା । ଏହି ମାମଲାରେ ଭିଜିଲାନ୍ସ ଟିମ ଆଦର୍ଶ ଥାନା ଆଇଆଇସି ରଂଜନ କୁମାର ସାହୁ, ଏସଆଇ ମାନସ ରଂଜନ ସ୍ୱାଇଁ ଓ କୁନାଲ କୁମାର ଙ୍କୁ ଉଠାଇ ନେଇଥିଲା । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ – ୩୭ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୧୮/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୩,୮୦୬ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି …

Leave a Reply

Your email address will not be published. Required fields are marked *