Sunday , June 13 2021
Breaking News
Home / ବିଶେଷ / ଲଭ+ସେକ୍ସ+ଧୋକା ର ଆଉ ଏକ ନମୁନା: ଥାନାରେ କନେଷ୍ଟବଳ ନାମରେ ଏତଲା ଦାଏର

ଲଭ+ସେକ୍ସ+ଧୋକା ର ଆଉ ଏକ ନମୁନା: ଥାନାରେ କନେଷ୍ଟବଳ ନାମରେ ଏତଲା ଦାଏର

କନ୍ଧମାଳ, ୧୬/୦୨/୨୦୨୧ (ଓଡ଼ିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ):ପୁଣି ଏକ ଘଟଣାରେ କନ୍ଧମାଳ ପୁଲିସର ଖାକି ପୋଷାକରେ ଲାଗିଛି କଳାଦାଗ । ଜଣେ ମହିଳା ହୋମ୍ ଗାର୍ଡ଼ଙ୍କୁ ୧୦ ବର୍ଷ ହେଲା ପ୍ରେମ କରି ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଜଣେ ପୁଲିସ କନେଷ୍ଟବଳ ଶେଷରେ ତାଙ୍କୁ ପ୍ରତାରିତ କରିଛନ୍ତି। ୧୦ ବର୍ଷ ଧରି ଉକ୍ତ ପୁଲିସ କନେଷ୍ଟବଳ ସମ୍ପୃକ୍ତ ମହିଳା ହୋମ୍ ଗାର୍ଡ଼ଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଏହା ମଧ୍ୟରେ ଉକ୍ତ ମହିଳା ହୋମଗାର୍ଡ ବହୁବାର ଗର୍ଭବତୀ ହୋଇଥିବା ଏବଂ କନେଷ୍ଟବଳ ଜଣକ ତାଙ୍କର ଗର୍ଭପାତ ମଧ୍ୟ କରାଇଥିବା ଅଭିଯୋଗ ହୋଇଛି। ମାତ୍ର ଉକ୍ତ କନେଷ୍ଟବଳ ଜଣକ ସମ୍ପୃକ୍ତ ମହିଳା ହୋମଗାର୍ଡ଼ଙ୍କୁ ବିବାହ ନ କରି ପ୍ରତାରିତ କରିବା ପରେ ହୋମ୍ ଗାର୍ଡ଼ ଫୁଲବାଣୀ ଟାଉନ୍ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପ୍ରକାରେ, ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିପଡ଼ା ଗ୍ରାମର ପୁଲିସ କନେଷ୍ଟବଳ ଲକ୍ଷ୍ମଣ କହଁର ଜନୈକା ମହିଳା ହୋମ୍ ଗାର୍ଡ଼ଙ୍କୁ ପ୍ରେମ କରୁଥିଲେ। ଦୀର୍ଘ ୧୦ ବର୍ଷ ଧରି ଉଭୟ ଉଭୟଙ୍କୁ ପ୍ରେମ କରିବା ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ଉକ୍ତ ମହିଳା ହୋମ୍ ଗାର୍ଡ଼ ଗର୍ଭବତୀ ହେବାରୁ କନେଷ୍ଟବଳ ବାରମ୍ବାର ତାଙ୍କର ଗର୍ଭପାତ ମଧ୍ୟ କରାଇଥିଲେ। ତେବେ ମହିଳା ହୋମ୍ ଗାର୍ଡ଼ ଯେତେବେଳେ ବିବାହ କଥା ଉଠାଉଥିଲେ କନେଷ୍ଟବଳ ଲକ୍ଷ୍ମଣ କହଁର ଏହାକୁ ଟାଳି ଯାଉଥିଲେ। ଶେଷରେ କନେଷ୍ଟବଳ ମହିଳା ହୋମ୍ ଗାର୍ଡଙ୍କୁ ବିବାହ ପାଇଁ ମନା କରିଦେବାରୁ ମହିଳା ହୋମଗାର୍ଡ଼ ଜଣକ ଫୁଲବାଣୀ ଟାଉନ ଥାନାରେ ଏତଲା ଦେଇଛନ୍ତି। ଫୁଲବାଣୀ ଟାଉନ୍ ପୁଲିସ ସମ୍ପୃକ୍ତ ମହିଳା ହୋମଗାର୍ଡ଼ଙ୍କ ଏତଲାକୁ ଗ୍ରହଣ କରି କେସ ନଂ ୨୫/୨୧ରେ ଏକ ମାମଲା  ରୁଜୁ କରିଛି। ତେବେ ପ୍ରତାରକ କନେଷ୍ଟବଳ ଙ୍କୁ ପୁଲିସ ଧରିବାରେ ସଫଳ ହୋଇପାରିନି। ତଦନ୍ତ ଚାଲୁ ରହିଛି। ଖୁବ୍ ଶୀଘ୍ର ତାଙ୍କୁ ଧରାଯିବ ବୋଲି ଟାଉନ୍ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ପ୍ରକାଶ କରିଛନ୍ତି   । ଓଡ଼ିଶା ସମାଚାର

About admin

Check Also

ଦଳିତବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ ଅବରୋଧ ଅଭିଯୋଗ

କେନ୍ଦ୍ରାପଡ଼ା, ୧୨/୦୬/୨୦୨୧(ଓଡ଼ିଶା ସମାଚାର)-ଜନୈକ ଦଳିତ ସଂପ୍ରଦାୟର ବ୍ୟକ୍ତିଙ୍କ ବାସଗୃହ ସମ୍ମୁଖ ରାସ୍ତାକୁ କେତେକ ସବର୍ଣ୍ଣ ସଂପ୍ରଦାୟର ଲୋକ ଅବରୋଧ କରିବା …

Leave a Reply

Your email address will not be published. Required fields are marked *