Thursday , June 24 2021
Breaking News
Home / କୃଷି / ଲଘୁଚାପ ବର୍ଷା ଆଣିଲା ଚାଷୀ ମନରେ ଆନନ୍ଦ

ଲଘୁଚାପ ବର୍ଷା ଆଣିଲା ଚାଷୀ ମନରେ ଆନନ୍ଦ

ଗରଦପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ପାଟକୁରା ଅଂଚଳରେ ବର୍ଷାଭାବ ଯୋଗୁଁ ଚାଷ କାର୍ଯ୍ୟ ବହୁ ପରିମାଣରେ ପଛେଇ ଯାଇଥିଲା । ମାତ୍ର ଗତ ଦୁଇ ଦିନ ଅଂଚଳରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବାରୁ ଚାଷୀମାନଙ୍କ ମନରେ ଆନନ୍ଦ ପ୍ରକାଶ ପାଇଛି । ଯଦିଓ ଏହି ବର୍ଷା ଯୋଗୁଁ ଉଚ୍ଚା ଉଚ୍ଚା ଜମିରେ ପାଣି ରହି ନାହିଁ,ତଥାପି ଏହି ବର୍ଷା ଯୋଗୁଁ ଖାଲପାଟ ଜମିମାନଙ୍କରେ ଚାଷ କାର୍ଯ୍ୟରେ ଅଗ୍ରଗତି ଘଟିବା ନେଇ ଚାଷୀ ମହଲରେ ତତ୍ପରତା ପ୍ରକାଶ ପାଇଛି । ଗତ କେତେ ସପ୍ତାହ ହେଲା ଟାଣ ଖରା ଯୋଗୁଁ କେତେକ ସ୍ଥାନରେ ବୁଣାଯାଇ ଥିବା ଧାନ ତଳି ଓ ବିଆଳି ଧାନଗଛ ଗୁଡିକର ଅଗପତ୍ରଗୁଡିକ ପାଚି ଯାଉଥିବା ବେଳେ,ଏବେ ଲଘୁଚାପ ଜିନତ ବର୍ଷା ହୋଇ ଥିବାରୁ ଚାଷୀମାନଙ୍କ ମନରେ ଖୁସି ପରିଲକ୍ଷିତ ହେଉଛି । ଖାଲପାଟ ଜମିରେ ବର୍ଷା ପାଣି ରହିଥିବାରୁ ଚାଷୀମାନେ ଜମିକୁ ହଳ କରି ରୁଆ ପୋତା କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପଡିଆ ପଡିଥିବା ଜମିରେ ଆବଶ୍ୟକ ପରିମାଣରେ ପାଣି ନ ଥିବାବେଳେ, କେତେକ ଖାଲ ପାଟ ଜମିରେ ବର୍ଷା ପାଣି ରହିଥିବାର ଦେଖାଯାଇଛି । ଅଂଚଳରେ କରାଯାଇ ଥିବା ବିଆଳି ଧାନ ପାଇଁ ଏହି ବର୍ଷା ଅଧିକ ଲାଭଦାୟକ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି । ପାଟକୁରା ଅଂଚଳର ପଦ୍ମପୁର,ହରିଦାସପୁର,ବିଚଣା, କିଣିଲୋ,ଶ୍ରୀଚନ୍ଦନପୁର .ଗୋତ୍ରବିଲ,ମହମ୍ମୁଦା ଓ ନୁଆପଡା ଆଦି ଗ୍ରାମମାନଙ୍କର ଚାଷ ଜମିରେ ବହୁଳ ପରିମାଣରେ କରାଯାଇଥିବା ବିଆଳି ଧାନ ଫସଲ ଏହି ବର୍ଷା ଫଳରେ ଅଧିକ ପରମାଣରେ ଉପକୃତ ହେବ ବୋଲି ଚାଷୀମାନେ ମତ ପ୍ରକାଶ କରିଛନ୍ତି । ଗତକାଲି ଦିନ ତମାମ ଅଂଚଳରେ ଝିପି ଝିପି ଓ ମଝିରେ ମଝିରେ ମଧ୍ୟମ ଧରଣର ବର୍ଷା ହୋଇ ଥିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା । ଉଦବୃତ ବର୍ଷା ଜଳ ନିଷ୍କାସନ କରଯିବା ପାଇଁ ସମସ୍ୟା ଦେଖାଦେଇଥିବାରୁ ବର୍ଷା ପାଣି ପାଟକୁରାର ସାପ୍ତାହିକ ହାଟ ଓ ପଂଚାୟତ କାର୍ଯ୍ୟାଳୟ ଆଗରେ ଜମି ରହିଥିବାର ଦେଖାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *