Wednesday , August 4 2021
Breaking News
Home / ବିଶେଷ / ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାଲେପୁର ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସାଲେପୁର ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ

ସାଲେପୁର,୦୭/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା) :  ସାଲେପୁର ସହରରୁ ବର୍ଷା ଜଳ ନିଷ୍କାସନ କରିବାର ବ୍ୟବସ୍ଥା ନଥିବାରୁ ଲଘୁଚାପ ଜନିତ ପ୍ରବଳ ଲଗାଣ ବର୍ଷା ଯୋଗୁ ସାଲେପୁର ସହରର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ ହୋଇପଡ଼ିଛି । ପ୍ରଶାସନିକ ଖାମଖିଆଲି ନିତୀ ହେଉ ଅବା ରାଜନୈତିକ ଇଛାଶକ୍ତିର ଅଭାବ ହେଉ ଅଦ୍ୟାବଧି ସାଲେପୁର ସହରରୁ ବର୍ଷା ଜଳ ନିଷ୍କାସନ କରାଯିବାର କୈାଣସି ବ୍ୟବସ୍ଥ୍ା ଗ୍ରହଣ କରାଯାଇ ନାହିଁ । ପ୍ରଶାସନ ପକ୍ଷରୁ ନାମକୁ ମାତ୍ର ସାଲେପୁରର କିଛି ସ୍ଥାନରେ ଡ଼୍ରେନେଜ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ବର୍ଷା ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇନାହିଁ । ଫଳରେ ସାମନ୍ୟ ବର୍ଷା ହେଲେ ସାଲେପୁର ସହରର ବିଭିନ୍ନ ସ୍ଥାନରେ କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି । ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ ହୋଇଥିବା ଲଗାଣ ବର୍ଷାରେ ସାଲେପୁରରେ ହୋଇଥିବା ମଧୁସ୍ମୃତି ଭବନର ଚାରି ପାଖରେ ଆଣ୍ଠୁଏ ଲେଖା ପାଣି ଜମି ରହିଛି । ଫଳରେ ମଧୁସୂଦନ ଭବନଟି ପାଣି ଘେରରେ ରହିଅଛି । ଅଦ୍ୟାବଧି ପ୍ରଶାସନ ପକ୍ଷରୁ ଏହି ବର୍ଷାଜଳ ନିଷ୍କାସନ ହେବାର ବ୍ୟବସ୍ଥା କରାଯାଇନାହିଁ । ସେହିପରି ସାଲେପୁର ଖେଳ ପଡ଼ିଆ, ସାଲେପୁର ଶିଶୁ ଉଦ୍ୟାନ, ସାଲେପୁର ହାଟ, ମାଛୁଆତି ତାରେଣୀ ରୋଡ଼, ଲୁଣାହାର ପୋଲ ନିକଟରୁ ଚନ୍ଦ୍ରାଦେଇପୁର ଏବଂ କଣ୍ଟାସାହି ଗ୍ରାମର ବିଭିନ୍ନ ସ୍ଥାନରେ  ଆଣ୍ଠୁଏ ପାଣି ଜମି ରହିଛି । ଫଳରେ ଏହି ପାଣି ଜମି ରହିଥିôାରୁ ଜନସାଧାରଣଙ୍କ ଯାତାୟତରେ ଘୋର ସମସ୍ୟା ସୃଷ୍ଟି କରିଛି । କୋମଳମତି ଛାତ୍ରଛାତ୍ରୀମାନେ ଏହି ପାଣିରେ ପଶି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଛି । ଯଦି ପ୍ରଶାସନ ପକ୍ଷରୁ ଏ ଦିଗରେ ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନର ବାଟ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଏହି ବର୍ଷା ଜଳକୁ ନେଇ ସାଲେପୁର ସହରରେ  ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ବହୁ ବୁଦ୍ଧିଜିବୀମାନେ ମତ ପ୍ରକାଶ କରିଛନ୍ତି । ଓଡ଼ିଶା ସମରାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *