Monday , June 21 2021
Breaking News
Home / କୃଷି / ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପାଚିଲା ବିଆଳି ଧାନ ବିଲରେ ନଷ୍ଟ ହେବା ଆଶଙ୍କା, ଚାଷୀ ଚିନ୍ତିତ

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପାଚିଲା ବିଆଳି ଧାନ ବିଲରେ ନଷ୍ଟ ହେବା ଆଶଙ୍କା, ଚାଷୀ ଚିନ୍ତିତ

ଗରଦପୁର, ୨୪/୦୯/୨୦୧୯ ( ଓଡ଼ିଶା ସମାଚାର)- ଲଘୁଚାପ ପ୍ରଭାବରେ ରବିବାର ଠାରୁ ସମଗ୍ର ଅଂଚଳରେ ବର୍ଷା ଲାଗି ରହିଛି । ତୁହାକୁ ତୁହା ବର୍ଷା ହେବା ସାଙ୍ଗକୁ ମଝିରେ ମଝିରେ ମଧ୍ୟମରୁ ଅତି ପ୍ରବଳ ଧରଣର ବର୍ଷା ଲାଗି ରହିଛି । ଆଜି ସକାଳ ଠାରୁ ଅଂଚଳରେ ବର୍ଷା ଲାଗି ରହିଛି । ଆସନ୍ତା ଦୁୂଇ ଦିନ ଧରି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହି ବର୍ଷା କ୍ରମାଗତ ଭାବରେ ଲାଗି ରହିଲେ ଅଂଚଳର ବିଭିନ୍ନ ଗ୍ରାମରେ କରାଯାଇଥିବା ଶତାଧିକ ଏକର ଜମିରେ ପାଚିଥିବା ବିଆଳି ଧାନ ଫସଲ କେତେକାଂଶରେ ନଷ୍ଟ ହେବାର ଆଶଙ୍କା ରହିଥିବା ନେଇ ଚାଷୀ ମାନେ ଚିନ୍ତା ପ୍ରକଟ କରିଛନ୍ତି । ପ୍ରକାଶ ଯେ, ପାଟକୁରା ଅଂଚଳର ପଦ୍ମପୁର ଓ ବେଡାରୀ ପଂଚାୟତରେ ସର୍ବାଧିକ ପରିମାଣ ଜମିରେ ବିଆଳି ଧାନ ଫସଲ କରାଯାଇଛି ।  ଏହି ଧାନ ଫସଲ ଏବେ ଜମିରେ ପାଚି ଯାଇଛି । ଟାଣ ଖରା ହେଲେ ଚାଷୀମାନେ ଜମିରୁ ଧାନ କାଟି ଅମଳ କରିବେ ବୋଲି ଚାଷୀମାନେ ଲକ୍ଷ୍ୟ ରଖିଛନ୍ତି । ମାତ୍ର ଏଭଳି ପରିସ୍ଥିତିରେ ଗତ ୩ ଦିନ ହେଲା ଲଘୁଚାପ ବର୍ଷା ଲାଗି ରହିଛି । ବର୍ଷା ହେବା   ଫଳରେ ଜମିରେ ବର୍ଷା ପାଣି ଜମି ରହିଥିବାବେଳେ,ପବନ ଓ ବର୍ଷା ପ୍ରଭାବରେ ପାଚି ଯାଇଥିବା ଧାନଗଛ ଗୁଡିକ ଅନେକ ଜମିରେ ଶୋଇ ରହିଥିବାର ଦେଖିବାକୁ ମିଳିଛି । ଅଧିକ ପରିମାଣରେ ବର୍ଷା ଓ ପବନ ବହିଲେ ପାଚିଯାଇଥିବା ଧାନଗଛ ଗୁଡିକ ପାଣି ଭର୍ତି ହୋଇ ରହିଥିବା ଜମିରେ ଶୋଇଯିବ,ଯାହା ଫଳରେ ପାଚିଥିବା ଧାନ କେଣ୍ଡାଗୁଡିକରୁ ଗଜା ବାହାରିବା ନେଇ ଚାଷୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି । ଗରଦପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ୫୦ ଏକର, କିଣିଲୋ ଗ୍ରାମରେ ୩୦ଏକର, ଗୋତ୍ରବିଲ ଗ୍ରାମରେ୨୫ଏକର, ନୂଆପଡା, ବିଚଣା, ହରିଦାସପୁର, ବେଡାରୀ, ସୋଲପାଟ, କୁଳତୁଠୀ, ଶ୍ରୀଚନ୍ଦନପୁର, ଦଳଆଣି, ପରକଣା, ମାଣିକପୁର, ଖମଗାଁ, ଅନ୍ତେଇ, ମନ୍ତେଇ, ପାଇଲୋ, ବାଲିଘାଇ, ନଛିପଡା, ରାମଚନ୍ଦ୍ରପୁର, ପେଗଡପଡା, ମଙ୍ଗରାଜପୁର ,ପୋତାରୀ, ରତନପୁର, ବଟିରା, ମଧୁସୂଦନପୁର,ଦଶମାଣକୂଳ ଓ ବରିପଲ୍ଲା ଆଦି ଗ୍ରାମ ମାନଙ୍କରେ ଶତାଧିକ ଏକର ଜମିରେ ଚଳିତ ବର୍ଷ ବିଅଳି ଧାନ ଚାଷ କରାଯାଇଛି । ଏହି ବିଆଳି ଧାନ ସବୁ ଏବେ ଜମିରେ ପାଚିଯାଇଛି । ଗତ କିଛି ଦିନ ତଳେ ହୋଇଥିବା ଖରା ସମୟକୁ ଦେଖି ଚାଷୀମାନେ ଧାନକାଟିବା   ଆରମ୍ଭ କରିଥିଲେ । ମାତ୍ର ଚଳିତ ଲଘୁଚାପ ଜନିତ ବର୍ଷା ଲାଗି ରହିବାରୁ ଧାନକ୍ଷେତରେ ବର୍ଷା  ପାଣି ଜମି ରହିଛି । ବିଆଳି ଧାନ ଜମିରୁ ଉଠିବା ପରେ ସେହିସବୁ ଜମିମାନଙ୍କରେ ଚାଷୀମାନେ ବହୁଳ ପରିମାଣରେ ଚିନାବାଦାମ, ବିରି, ସୋରିଷ, ଆଳୁ ଆଦି ଅର୍ଥକାରୀ ଫସଲ ଚାଷ କରିଥାଆନ୍ତି । ମାତ୍ର ଚଳିତ ବର୍ଷ ବର୍ଷାର ପ୍ରକୋପ ରହିଥିବାରୁ ଚାଷୀମାନେ ଜମିରୁ ବିଆଳି ଧାନ ଅମଳ କରିବା ନେଇ ଚିନ୍ତିତ ହୋଇପଡିଛନ୍ତି । ପ୍ରକାଶ ଯେ,ଚଳିତ ମାସର୨ୟ ସପ୍ତାହରେ ଚିତ୍ରୋପôଳା ନଦୀରେ ବନ୍ୟା ପାଣି ଆସିବା ଫଳରେ ବିଚଣା ଓ ଦରିଦାସପୁର ଗ୍ରାମର ଅଳ୍ପ କେତେକ ଚାଷୀ ନଦୀ ପଠାରେ କରିଥିବା ପାଚିଲା ବିଆଳି ଧାନ ବନ୍ୟା ପାଣିରେ ବୁଡିଯାଇଥିଲା । ବନ୍ୟା ପାଣି ଛାଡିବା ପରେ ସେହି ସବୁ ଧାନ ଗଛଗୁଡିକ କିଛି ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ତଳି ପକାଇବା ପାଇଁ କ୍ଷେତ୍ର ପ୍ରସ୍ତୁତ , ହେଲେ ଚାଷୀମାନଙ୍କର ଚାହିଦା ଶାରଳା ଧାନ ବିହନ ଯୋଗାଣ ନାହିଁ  

ଗରଦପୁର,୧୩/୦୬/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଏକ କୃଷି ପ୍ରଧାନ ଅଂଚଳ । ଧାନ ଚାଷ ହେଉଛି ବ୍ଲକ୍ ବାସୀଙ୍କର ମୁଖ୍ୟଚାଷ । …

Leave a Reply

Your email address will not be published. Required fields are marked *