Thursday , June 17 2021
Breaking News
Home / ବିଶେଷ / ଲଗାଣ ବର୍ଷାରେ ବଛାଳୋରେ କାନ୍ଥ ଭୁସୁଡି ଘର ଭାସିଲା

ଲଗାଣ ବର୍ଷାରେ ବଛାଳୋରେ କାନ୍ଥ ଭୁସୁଡି ଘର ଭାସିଲା

ଜଗତସିଂହପୁର ୦୯/୦୯/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ନାଉଗାଁ ବ୍ଲକସ୍ଥିତ ବଛାଳୋ ଗାଁର ପ୍ରବଳ ବର୍ଷାରେ ଉକ୍ତ ଗ୍ରାମର ଭାରତି ଲେଙ୍କା,ଜାପାନି ଲେଙ୍କା,ବିପିନି ବିହାରି ଲେଙ୍କା ୨ଟିୱର୍ଡର ଏହି ୩ ଟି ପରିବାର ଏବେ ଅସହାୟ ଦାରିଦ୍ର ସିମା ରେଖାତଳେ ଥିବା ଦିନ ମଜୁରିଆ ଭାବେ ନିଜର ଜୀବନ ଜୀବିକା କରି ଚଳିଥାନ୍ତି । ହେଲେ ଗତ ୬ତାରିଖରେ ପ୍ରବଲ ବର୍ଷାରେ ଏହି ପରିବାରକୁ ଦୁଖ ମାଡିଆସିଛି । ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ନାହିଁ । ଯେଉଁଘରେ ମୁଣ୍ଡଗୁଞ୍ଜୁଥିଲେ ପ୍ରବଲ ବର୍ଷାରେ କାନ୍ଥ ଭୁସୁଡି ଘର ଭାଙ୍ଗିଯାଇଛି । ଭାରତି ଲେଙ୍କା ଅସହାୟ ବିଧବା ଏବେ ବେସହରା ସେହିପରି  ଜାପାନି ଲେଙ୍କ,ବିପିନି ଲେଙ୍କା ଏବେ ଅସହାୟ ମୁଣ୍ଡ ଗୁଞ୍ଜିବା ପାଇଁ ମୁଣ୍ଡ ବ୍ୟଥା ହେଉଛି । କେଉଠି ରହିବେ କେମିତି ରହିବେ ବର୍ଷା ସାଜିଲା କାଳ ଭାଙ୍ଗିଦେଲା ସୁନାର ସଂସାର ଦୁଇବେଳା ଖାଇବାପାଇଁ ତାଙ୍କ ପକ୍ଷେ ଅସମ୍ଭବ ହେଲେ ଘର କରିବେ କେମିତି ଏପର୍ଯ୍ୟନ୍ତ ସରକାରୀ ସାହାର୍ଯ୍ୟ ପାଇ ପାରି ନାହାନ୍ତି । ବଛାଳୋ ବିଜୁ ଜୁବବାହିନୀ ତରଫରୁ ଏକ ହଜାର ଟଙ୍କା ସହେଯାଗ କରାଯାଇଥିଲା । ତେଣୁ ଏହି ଅସହାୟ ଗରିବ ପରିବାରକୁ ତୁରନ୍ତ ସାହାର୍ଯ୍ୟ କରିବା ପାଇଁ ଯୁବ ସମାଜ ସେବି ବଛାଳୋ ବିଜୁ ଜୁବବାହିନୀ ସଭାପତି ଚନ୍ଦନ ଲେଙ୍କା,ସମ୍ପାଦକ ଅନିଲ୍ ଲେଙ୍କା,କୋଷାଦକ୍ଷ ତୃପ୍ତି ଲେଙ୍କା ଦାବି କରିଛନ୍ତି । ଏ ସଂପର୍କରେ ନାଉଗାଁ ତହସିଲ୍ ଦାର ଜେକଲ୍ପନାଙ୍କୁ ପଚାରିବାରୁ ସେ କହିଛନ୍ତି ଖୁବ୍ ସିଘ୍ର ଆବଶ୍ୟକ ମୁତାବକ ସହେଯାଗ ଯୋଗାଇ ଦିଆଯିବ । ଓଡ଼ିଶା ସମାଚାର

About admin

Check Also

କରୋନା ସମୟରେ ବାଲ୍ୟ ବିବାହ ଏବଂ ନାବାଳକ ଶିଶୁ ଚାଲାଣ ଭଳି ଘୃଣିତ କାର୍ୟ୍ୟ ରୋକିବାକୁ ନେଇ ଆଲୋଚନା ଚକ୍ର

ବାଲିଗୁଡ଼ା, ୧୭/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ) -ସମଗ୍ର ଦେଶ କରୋନା ମହାମାରୀ ଦେଇ ଗତି କରୁଥିବା ସମୟରେ ଆମ …

Leave a Reply

Your email address will not be published. Required fields are marked *