Tuesday , June 15 2021
Breaking News
Home / ତାଜା ଖବର / ଲଗାଣ ବର୍ଷାରେ କୋଠା ଘର ନାନ୍ଥଭୁଷୁଡ଼ି ଜଣେ ଆହତ 

ଲଗାଣ ବର୍ଷାରେ କୋଠା ଘର ନାନ୍ଥଭୁଷୁଡ଼ି ଜଣେ ଆହତ 

ରଘୁନାଥପୁର,୦୮/୦୮/୨୦୧୯(ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ତାରପୁର ପଂଚାୟତ ଗୋକଳପୁର ଗ୍ରାମରେ ଲଘୁଚାପ ଜନିତ ଲଗାଣ ବର୍ଷାରେ  ଏକ କୋଠା ଘର କାନ୍ଥ ଭୁଷୁଡ଼ି ପଡ଼ିବାରୁ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ ହେଉଛନ୍ତି ରବିନ୍ଦ୍ର ଜେନା । ଦୁଇ ଦିନର ପ୍ରବଳ ବର୍ଷାରେ ମାଟି ଦବି ଯିବାରୁ ଅଶୋକ ଜେନା ଓ ପ୍ରତାପ ଜେନାଙ୍କ ପୁରୁଣା ଫାଟିଯାଇଥିବା ଘରର କାନ୍ଥ ହଠାତ ଭୁଳୁଡ଼ି ପଡ଼ିଥିଲା । କାନ୍ଥ ଭୁଷୁଡ଼ି ପାଖରେ ଥିବା ରବିନ୍ଦ୍ରଙ୍କ ଚାଳ ଛପର ରୋଷେଇ ଘର ଉପରେ ଅଜାଡ଼ି ହୋଇ ପଡ଼ିଥିଲା । ଫଳରେ କାନ୍ଥ ଭାଙ୍ଗିଯାଇ ସେଠାରେ ଉପସ୍ଥିତ ଥିବା ରବିନ୍ଦ୍ରଙ୍କ ଉପରେ ଇଟା ଗୁଡ଼ିକ ଅଜାଡ଼ି ହୋଇ ପଡ଼ିଥିଲା । ପରେ ରବିନ୍ଦ୍ରଙ୍କୁ କଷ୍ଟ ହେବା ସହ ବାନ୍ତି କରିବାକରୁ ତୁରନ୍ତ ତାଙ୍କୁ ପରିବାର ଲୋକେ ମେଡ଼ିକାଲ ନେଇଯାଇଥିଲେ । ସେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି । ସ୍ଥାନୀୟ ସରପଂଚ ଘଟଣାସ୍ଥଳରେ ପହଂଚି ଆହତ ବ୍ୟକ୍ତିଙ୍କ ଆରୋଗ୍ୟ କାମନା କରିବା ସହିତ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ – ୪୪ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୧୪/୦୬/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା …

Leave a Reply

Your email address will not be published. Required fields are marked *