Friday , June 18 2021
Breaking News
Home / ବିଶେଷ / ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ଦେବ ସ୍ନାନ ପୂର୍ଣ୍ଣିମା  

ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ଦେବ ସ୍ନାନ ପୂର୍ଣ୍ଣିମା  

 

ପାଟକୁରା  ୧୮/୦୬/୨୦୧୯ (ଓଡ଼ିଶା ସମାଚାର)-ଦଶମୌଜିସ୍ଥିତ ଆଶ୍ରମବାଲିକୁଦା ଠାରେ ନାମାଚାର୍ଯ୍ୟ ବାୟାବାବାଙ୍କ ଦ୍ୱାରା ପରିଚାଳିତ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଙ୍କ ଆଶ୍ରମରେ ସୋମବାର ପାରମ୍ପାରିକ ଭାବରେ ଦେବ ସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଯାଇଛି । ଆଶ୍ରମରେ ଥିବା ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ଗର୍ଭଗୃହରୁ ଶ୍ରୀ ଜଗନ୍ନାଥ,ବେଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ଶ୍ରୀବିଗ୍ରହମାନଙ୍କୁ ଆଶ୍ରମରେ ଅସ୍ଥାୟୀ ଭାବରେ କରାଯାଇଥିବା ସ୍ନାନ ମଣ୍ଡପକୁ ନିଆଯାଇଥିଲା ।  ସେଠାରେ ବିଧି ପୂର୍ବକ ମହା ସ୍ନାନ ଓ ପୂଜାର୍ଚ୍ଚନା କରାଯାଇଥିଲା । ପାରମ୍ପାରିକ ଭାବରେ ଆଶ୍ରମ ପକ୍ଷରୁ ଶ୍ରୀଜୀଉମାନଙ୍କୁ ପୂଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟାରେ ଅଣସର ଘରେ ଶ୍ରୀ ବିଗ୍ରହମାନଙ୍କୁ ରଖାଯାଇଥିଲା । ଏହି ଦେବ ସ୍ନାନ ପୂର୍ଣ୍ଣମୀ ଅବସରରେ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁମାନେ ଆଶ୍ରମରେ ଉପସ୍ଥିତ ରହି ଶ୍ରୀ ବିଗ୍ରହମାନଙ୍କୁ ସ୍ନାନ ମଣ୍ଡପରେ ଦର୍ଶନ କରିଥିଲେ । ଏହି ଅବସରରେ ଆଶ୍ରମ ପରିସର ଉତ୍ସବ ମୂଖର ହୋଇପଡିଥିଲା । ଆଶ୍ରମର ମହନ୍ତ ବାବାଜୀ ପରମାନନ୍ଦ ଦାସଙ୍କ ସମେତ ଆଶ୍ରମର ଅନ୍ତେବାସୀମାନେ ଏହି କାର୍ଯ୍ୟରେ ସହଯୋଗ କରିଥିଲେ । ସେହିପରି ପାଟକୁରାସ୍ଥିତ ଶ୍ରୀ କହ୍ନେଇଲାଲଜୀଉଙ୍କ ମଠରେ ମଧ୍ୟ ପାରମ୍ପାରିକ ଭାବରେ ଦେବ ସ୍ନାନ ନିତୀ ସମ୍ପନ୍ନ କରାଯାଇଛି । ସିଂହାସନରୁ ଶ୍ରୀ ଜଗନ୍ନାଥଙ୍କୁ ସ୍ନାନ ମଣ୍ଡପକୁ ନିଆଯାଇ ସେଠାରେ ସ୍ନାନ ଓ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ ସନ୍ଧ୍ୟାରେ ଅଣସର ଘରେ ବିଗ୍ରହଙ୍କୁ ରଖାଯାଇଛି । ବେଡାରୀ ଠାରେ ଥିବା ପ୍ରସିଦ୍ଧ ଦଧିବାମନଜୀଉଙ୍କ ମନ୍ଦିରରେ ମଧ୍ୟ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟଷରୁ ସେବାୟତମାନେ ଠାକୁରଙ୍କୁ ପଜାର୍ଚ୍ଚନା କରି ଗୋଟି ପହଣ୍ଡିରେ ସ୍ନାନ ମଣ୍ଡପକୁ ଆଣିଥିଲେ । ନାମ ସଂକିର୍ତନ, ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ସେବାୟତ ନୃସିଂହ ଚରଣ ଶୁକ୍ଳ ,ଶରତ ମିଶ୍ର,ନରୋତମ ପଣ୍ଡା ପ୍ରମୁଖ ସମସ୍ତ ସେମାୟତମାନେ ଠାକୁରଙ୍କୁ ସ୍ନାନ ମଣ୍ଡପରେ ମହାସ୍ନନ କରିବା ପରେ  ବିଭିନ୍ନ ପ୍ରକାର ସୁ-ସ୍ୱାଦୁ ଫଳ ଭୋଗ କରାଯାଇଥିଲା । ସନ୍ଧ୍ୟାରେ ଠାକୁରଙ୍କୁ ଅଣସର ଘରେ ରଖାଯାଇଥିଲା । ଗ୍ରାମର ଲୋକମାନେ ସ୍ନାନ ମଣ୍ଡପରେ ଦଡଧିବାମନଜୀଉଙ୍କୁ ଦର୍ଶନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ମଧ୍ୟବିତଙ୍କୁ ମହଙ୍ଗା ମାଡ -ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ଦାବି

କେନ୍ଦ୍ରାପଡ଼ା, ୧୭/୦୬/୨୦୨୧(ଓଡ଼ିଶା ସମାଚାର)-ମହାମରୀର ଦୁର୍ବିସହ ସମୟରେ ଖାଉଟି ସାମଗ୍ରୀର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ରାଷ୍ଟ୍ରୀୟ ମଧ୍ୟବିତ ପରିବାର ମହାସଂଘ ପକ୍ଷରୁ …

Leave a Reply

Your email address will not be published. Required fields are marked *